ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆତଙ୍କ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଏୟାରପୋର୍ଟ ଟ୍ରାଫିକ ଛକରେ ଯୁବକଙ୍କୁ ହୋଇଛି ସଂଘବଦ୍ଧ ଆକ୍ରମଣ । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଶିବା । ଗୋଟିଏ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଶିବା ଯାଇଥିବାବେଳେ ଶିବାକୁ ଅପର ଗୋଷ୍ଠୀର ଲୋକ ପାଲଟା ଆକ୍ରମଣ କରିଥିଲେ । ୩୦ରୁ ଅଧିକ ଯୁବକ ଶିବା ଓ ତାର ସାଙ୍ଗଙ୍କୁ ଘେରିଯାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଶିବାର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଆକ୍ରମଣର ଶିକାର ହୋଇଥିବା ଶିବା ନାଁରେ ପୂର୍ବରୁ ଥାନାରେ ମାମଲା ରହିଛି ।