ଜୁଡିସିଆଲ୍ କମ୍ପ୍ଲେକ୍ସର ୧୫ କର୍ମଚାରୀଙ୍କ ସହ ଏକାଧିକ ଓକିଲ କରୋନା ସଂକ୍ରମିତ
1 min read
ଭୁବନେଶ୍ୱର: ସିଲ୍ ହେଲା କୋର୍ଟ କମ୍ପ୍ଲେକ୍ସ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ବିଏମସି ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି । ଆଜିଠାରୁ ୨୬ ତାରିଖ ଯାଏଁ ୩ ଦିନ ଲାଗି କୋର୍ଟ କମ୍ପ୍ଲେକ୍ସକୁ ବନ୍ଦ କରାଯାଇଛି । ଜୁଡିସିଆଲ୍ କମ୍ପ୍ଲେକ୍ସର ୧୫ କର୍ମଚାରୀଙ୍କ ସହ ଏକାଧିକ ଓକିଲ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
କୋର୍ଟ କମ୍ପ୍ଲେକ୍ସ ପରିସରରେ ଏଣ୍ଡୋମେଣ୍ଟ କମିଶନଙ୍କ କାର୍ଯ୍ୟାଳୟ, ବାର୍ ଆସୋସିଏସନ ଅଫିସ୍ ରହଛି । କୋର୍ଟ କମ୍ପ୍ଲେକ୍ସକୁ ସାନିଟାଇଜ୍ କରାଯିବ । ସିଲ୍ ସମୟରେ ବିଏମସି କର୍ମଚାରୀଙ୍କ ବ୍ୟତୀତ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । କୋର୍ଟ କମ୍ପ୍ଲେକ୍ସ ପରିସରରେ ୨୭ ତାରିଖ ଦିନ ଆରଟି-ପିସିଆର ଟେଷ୍ଟ ପାଇଁ କ୍ୟାମ୍ପ କରାଯିବ ।