ରାଜଧାନୀରୁ ଗିରଫ କୋକେନ ମାଫିଆଙ୍କୁ ରିମାଣ୍ଡରେ ନେଲା ଏସ୍‌ଟିଏଫ୍

ଭୁବନେଶ୍ୱର: ଖୋଲିବ ରାଜଧାନୀରେ କୋକେନ କାରବାରର ଲିଙ୍କ୍ । ରିମାଣ୍ଡରେ ହଟିବ କୋକେନ ଲିଙ୍କ ଉପରୁ ପରଦା । ଗିରଫ ୨ କୋକେନ ମାଫିଆଙ୍କୁ ୪ ଦିନ ରିମାଣ୍ଡରେ ନେଲା ଏସଟିଏଫ୍ । ୫ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜିଲ୍ଲା ସେସନ୍ କୋର୍ଟ । ଆଜିଠୁ ଦୁଇ ଅଭିଯୁକ୍ତ ରବି ଓ ସନ୍ନି କୁମାରଙ୍କୁ ରିମାଣ୍ଡରେ ନେଲା ଏସଟିଏଫ୍ ।

ରାଜଧାନୀରେ କାହା ଜରିଆରେ କୋକେନ ବିକ୍ରି କରୁଥିଲେ ? କିଏ କିଏ ଥିଲେ ବଡ଼ ଗ୍ରାହକ ? କୋକେନ ସିଣ୍ଡିକେଟରେ ଆଉ କିଏ ରହିଛି ? ପରଦା ପଛରେ କାହାର ରହିଛ ବଡ଼ ହାତ ? ଏପରି ଅନେକ ପ୍ରଶ୍ନର ଉତ୍ତର ଆଦାୟ କରିବ ଏସଟିଏଫ । କୋକେନ୍ ମାଫିଆଙ୍କ ରବିର ଟାର୍ଗେଟରେ ରହିଥିଲା ୨୦୨୩ ହକି ବିଶ୍ବକପ । ବେପାର ପାଇଁ ଏବେଠୁ କରିଥିଲେ ରୋଡ ମ୍ୟାପ୍ ।

ରେଭ ପାର୍ଟିରେ ଡିମାଣ୍ଡ ଥିଲା ଆମେରିକାନା କୋକେନ । ଏହି ରେଭ ପାର୍ଟି ଗ୍ରହକଙ୍କୁ ଟାର୍ଗେଟ କରି କୋକେନକୁ ଭୁବନେଶ୍ୱର ବଜାରରେ ପ୍ରବେଶ କରାଇଥିଲା ମାଷ୍ଟର ମାଇଣ୍ଡ ରବି । ମାମୁ ପୁଅ ଶନିକୁ ମାଧ୍ୟମ କରି ବଜାରର ଡିମାଣ୍ଡ ବୁଝୁଥିଲା । ଗତ ୧୦ ତାରିଖରେ ଶନିକୁ ଧରି କୋକେନ ପାଇଁ ଡିଲ କରିଥିଲା । ଏବେ ୪ ଦିନ ରିମାଣ୍ଡର ସବୁ ତଥ୍ୟ ଉଗାରିବ ଏସଟିଏଫ ।

ଏଥିସହିତ ପଢ଼ନ୍ତୁ: ଆପଣ ଶୀଘ୍ର ପହଞ୍ଚିବା ଅପେକ୍ଷା କେହି ଡାକ୍ତରଖାନାରେ ଠିକ୍ ସମୟରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ