ଭୁବନେଶ୍ବରରେ ସବୁଠୁ ବଡ଼ ଧରଣର ଚେକିଂ ବ୍ଳକିଂ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସବୁଠାରୁ ବଡ଼ ଧରଣର ଚେକିଂ ବ୍ଳକିଂ । ଗତକାଲି ରାତିରେ ସହରର ୫୪ ଟି ସ୍ଥାନରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇ ଟିକିନିଖି କରି ଯାଞ୍ଚ କରିଛନ୍ତି  । ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ମାରାଥନ ଚେକିଂ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଅସାମାଜିକ ତତ୍ତ୍ୱ ଯଥା ନିଶାଡି, ଲୁଟେରା, ନିଶା ବେପାରୀଙ୍କ ଭଳି ଅପରାଧୀଙ୍କ ଉପରେ ଲଗାମ ଲଗାଇବାକୁ ଏଭଳି ଯାଞ୍ଚ କରାଯାଇଛି । ଭୁବନେଶ୍ୱରର ଜନପଥ, ସଚିବାଳୟ ମାର୍ଗ , କଟକ ରୋଡ଼, ନନ୍ଦନକାନନ ରୋଡ଼, ମଞ୍ଚେଶ୍ୱର, ଜାଗମରା, ପୋଖରିପୁଟ, ଓୟୁଏଟି, ଲୁଇସ ରୋଡ଼ , ପୁରୀ ବାଇପାସ, କଳିଙ୍ଗ ଷ୍ଟାଡିୟମ, ବାଲିଅନ୍ତା, ଇନ୍ଫୋଭ୍ୟାଲି, ଜଟଣୀ ଭଳି ୫୪ଟି ସ୍ଥାନରେ ଏକକାଳୀନ ଚେକିଂ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସେଫ ସିଟି ଡ୍ରାଇଭ ଅଧିନରେ ନାକାବନ୍ଦୀ ହୋଇଛି । ଆଗକୁ ମଧ୍ୟ ଏଭଳି ଚେକିଂ କୁ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।