ଭୁବନେଶ୍ବରରେ କାର ସୋରୁମ ଉପରକୁ ଅତର୍କିତ ବୋମାମାଡ଼

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଶ୍ଯାମପୁରରେ ବୋମାମାଡ଼। ଏକ କାର ସୋରୁମ ଉପରକୁ ଅତର୍କିତ ବୋମାମାଡ଼ ହୋଇଛି । ଏକ ସ୍କର୍ପିଓରେ ଆସି ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି । ସିସିଟିଭିରେ ରେକର୍ଡ ହୋଇଛି ବୋମାମାଡ଼ର ପୂରା ଦୃଶ୍ୟ । ୧୦ ରୁ ୧୨ ଜଣ ୫ ବୋମା ଫିଙ୍ଗିଥିବା ଅଭିଯୋଗ ଆଣିଛନ୍ତି ସୋ ରୁମ ମାଲିକ । ଏଥିରେ ଏକାଧିକ ଗାଡ଼ି ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ବୋମାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା କହିଛି ପୋଲିସ । ପୂର୍ଵଶତ୍ରୁତାରୁ ବୋମାମାଡ଼ କରିଥିବା ସୂଚନା ଦେଇଛି ପୋଲିସ ।