ଆଜି ବିଦାୟ ନେବେ ମାଆ, ଭସାଣ ଉତ୍ସବ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ

ଭୁବନେଶ୍ୱର: ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ବିଦାୟ ନେବେ ମାଆ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ଦୁଇବର୍ଷର କରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ହେବ ମାଆଙ୍କର ବିସର୍ଜନ । ଏଥିପାଇଁ ଟ୍ୱିନସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣ ପାଇଁ ଭୁବନେଶ୍ୱରରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ରାଜଧାନୀରେ ଭସାଣ ଉତ୍ସବ ପାଇଁ ୩ ଜଣ ଅତିରିକ୍ତ ଡିସିପି ଦାୟିତ୍ୱରେ ରହିବେ । ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ । ଭୁବନେଶ୍ୱରରେ ୩ଟି ଭସାଣି କମିଟି ରହିଛି । ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା କରାଯାଇଛି । ଟ୍ରାଫିକରେ ଜାମ ସ୍ଥିତି ନଉପୁଜିବା ଉପରେ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।