ସଟ୍ ଡାଉନରେ ସବୁ ବନ୍ଦ: ୪୮ ଘଣ୍ଟା ପାଇଁ ଠପ୍ ରହିବ ଭୁବନେଶ୍ୱର,ଭଦ୍ରକ
ଭୁବନେଶ୍ୱର: ରାଜ୍ୟରେ ପଞ୍ଚମ କରୋନା ଚିହ୍ନଟ ପରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଭଦ୍ରକ ଓ ଭୁବନଶ୍ୱରକୁ ପୂରା ପୂରି ସଟ୍ ଡାଉନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ପଞ୍ଚମ ଆକ୍ରାନ୍ତଙ୍କ ବିଲକ୍ଷଣ ନେଇ ସଟ୍ ଡାଉନ ଘୋଷଣା କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିଦେଶ ବା ଅନ୍ୟ ରାଜ୍ୟ ଗସ୍ତ ନଥିବାରୁ ଚିନ୍ତା ବଢିଛି , କଣ ପାଇଁ ଏପରି ଘଟିଲା ସଂପୂର୍ଣ୍ଣ ଛାନଭିନ୍ ପାଇଁ ୪୮ ଘଣ୍ଟା ସଟ୍ ଡାଉନ୍ କରାଯାଇଛି ।
କେବଳ ସେତିକ ନୁହେଁ ସଟଡାଉନ୍ ବେଳେ ଘର ବାହାରେ ବୁଲିଲେ ପୋଲିସ ଉଠାଇନେଇ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ସଟ୍ ଡାଉନ ପାଇଁ ସମସ୍ତ ପୁରୁଣା ପାସ ରଦ୍ଦ କରାଯିବା ସହ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯିବ । ସଟ୍ ଡାଉନକୁ ଏକ ପ୍ରକାର କର୍ଫ୍ୟୁ ବୋଲି କହିଲେ ଡିଜିପି ।
ତେବେ ଏହି ସଟଡାଉନ ସମୟରେ ସମସ୍ତ ଅତ୍ୟାବଶକୀୟ ଦୋକାନ ପନିପରିବା, ଫଳ ସମସ୍ତ ଗ୍ରୋସରି ଦୋକାନ ବନ୍ଦ ରହିବ । ଔଷଧ ଦୋକାନ ଖୋଲିବ ତେବେ କେଉଁ ଔଷଧ ଦୋକାନ ଖୋଲିବ ସେନେଇ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ ।