ଭୁବନେଶ୍ୱର ବାର ଆସୋସିଏସନ କାର୍ଯ୍ୟକର୍ତ୍ତା ନିର୍ବାଚନ: ଅବଦୁଲ୍ ଜିଆ-ଉଲ୍-ହକ୍ ନିର୍ଦ୍ୱନ୍ଦ୍ୱରେ ସଭାପତି ନିର୍ବାଚିତ
1 min read
ଭୁବନେଶ୍ୱର: ପ୍ରକାଶ ପାଇଲା ଭୁବନେଶ୍ୱର ବାର ଆସୋସିଏସନ କାର୍ଯ୍ୟକର୍ତ୍ତା ନିର୍ବାଚନ ଫଳାଫଳ । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଅବଦୁଲ ଜିଆ-ଉଲ-ହକ ଓ ଉପସଭାପତି ଭାବେ ପ୍ରଶାନ୍ତ କୁମାର ମହାନ୍ତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଆଇନଜୀବୀ ରାଜକିଶୋର ଦାସ । ଆଗାମୀ ଦିନରେ ଭୁବନେଶ୍ୱର ବାର ଆସୋସିଏସଏନ୍କୁ ଅଧିକ କ୍ରିୟାଶୀଳ ଓ ବିକଶିତ କରିବାକୁ ପ୍ରୟାସ କରାଯିବ ବୋଲି ବିଜୟୀ ପ୍ରାର୍ଥୀମାନେ କହିଛନ୍ତି ।
ଖାଲି ସେତିକି ନୁହେଁ ଦୁସ୍ଥ ଓ ବରିଷ୍ଠ ଆଇନଜୀବୀଙ୍କର ଥିବା ବିଭିନ୍ନ ସମସ୍ୟା ସମାଧାନ ଲାଗି ବ୍ୟବସ୍ଥା କରାଯିବ ବୋଲି ନବ ନିର୍ବାଚିତ ବାର ଆସୋସିଏସଏନର କର୍ମକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଛନ୍ତି । ଫଳ ପ୍ରକାଶ ପାଇବା ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ମାନେ ଆସୋସିଏସନ ପରିସରରେ ଉତ୍ସବ ପାଳନ କରିଥିବା ଦେଖାଯାଇଥିଲା ।