ଏଟିଏମ୍‌ ଲୁଟେରାଙ୍କ ଶିକାର ହେଲେ ଅଟୋ ଚାଳକ: ଜୀବନ ଯାକର ଜମା ପୁଞ୍ଜି ହରାଇ କାନ୍ଦି ପକାଇଲେ

ଭୁବନେଶ୍ୱର: ସାବଧାନ୍ । ଏଟିଏମ୍‌ରେ ଟଙ୍କା ଉଠାଇଲା ବେଳେ ଆପଣଙ୍କୁ କିଏ ସାହାଯ୍ୟ କରିବାକୁ କହୁଛି କି ? ଯଦି କହୁଛି, ସମ୍ପୃକ୍ତ ଲୋକଙ୍କ ଠାରୁ ସାହାଯ୍ୟ ନିଅନ୍ତୁ ନାହିଁ । କାହିଁକି ନା ରାଜଧାନୀରେ ଏଟିଏମ୍‌ରେ ସାହାଯ୍ୟ କରିବା ବାହାନାରେ ଦୁଇ ଜଣଙ୍କ ଠାରୁ ଲୁଟ୍ ହୋଇଛି ଲକ୍ଷାଧିକ ଟଙ୍କା । ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ତଦନ୍ତ କରୁଛି । ୩ ଜଣିଆ ଗ୍ୟାଙ୍ଗ ଡେରା ପକାଇଛନ୍ତି ।

ଛୁରୀ କି ବନ୍ଧୁକ ନୁହେଁ, ନୂଆ ଟେକନିକରେ ଲୁଟ୍ । ସାହାଯ୍ୟ ବାହାନାରେ ଆକାଉଣ୍ଟରୁ ଟଙ୍କା ସଫା । ରାଜଧାନୀରେ ଏଟିଏମ କାଉଣ୍ଟରେ ସାହାର୍ଯ୍ୟ ବାହାନାରେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ ।  ଗୁଣନିଧି ବେହେରା ନାମକ ଜଣେ ଅଟୋ ଚାଳକ ପୋଖରୀପୁଟ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ । ଭିଡ଼ ଥିବାରୁ କ୍ୟାସ୍ ଡିପୋଜିଟ୍ ମେସିନ୍ (ସିଡିଏମ୍)ରେ ଟଙ୍କା ଡିପୋଜିଟ କରୁଥିବା ଯାଇ ଧୋକ୍କା ଖାଇଛନ୍ତି । ୩ ଜଣ ଲୁଟେରା କୌଶଳ କ୍ରମେ କାର୍ଡ ବଦଳାଇ ୫୪ ହଜାର ଟଙ୍କା ଲୁଟି ନେଇଛନ୍ତି । ଲୁଟ ଟଙ୍କାର ସୁନା କିଣି ନେଇଛନ୍ତି । ଏପରିକି ଏଟିଏମ ବ୍ଳକ କଲା ପରେ ବି ତାଙ୍କର ୯ ହଜାର ଟଙ୍କା କଟି ଯାଇଛି । ଅଟୋ ଚଳାଇ କଷ୍ଟଅର୍ଜିତ ଧନ ସଞ୍ଚିତ କରିଥିବା ବେଳେ ଲୁଟେରା ମାନେ ଚୂନା ଲଗାଇ ଦେଇଥିବା କାନ୍ଦି କାନ୍ଦି କହଛନ୍ତି । ଭଭୟ ଥାନାରେ ମାମଲା ରୁଜୁ କରିଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି । ସେପେଟେ ଅଜଣା ଲୋକଙ୍କ ଠାରୁ ସାହାଯ୍ୟ କିମ୍ବା ହାତକୁ କାର୍ଡ ଦିଅନ୍ତୁ ନାହିଁ ବୋଲି ଡିସିପି କହିଛନ୍ତି ।

Leave a Reply