ଲିଙ୍ଗିପୁର ଏଟିଏମ୍ ଲୁଟ୍ ମାମଲା; ୩ ଦିନିଆ ରିମାଣ୍ଡରେ ଯିବ ଖୋକନ ମୁଲ୍ଲା

1 min read

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍ ତାଡି ଲୁଟ୍ ମାମଲା । ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡରେ ଯିବ ବାଂଲାଦେଶୀ ଲୁଟେରା ଖୋକନ ମୁଲ୍ଲା। ରିମାଣ୍ଡରେ ନେବ ଧଉଳି ଥାନା ପୋଲିସ। ପୂର୍ବରୁ ଖୋକନ ମୁଲ୍ଲାକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା ପୋଲିସ। ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ।

ଖାଲି ଏତିକି ନୁହେଁ ଏହି ଗ୍ୟାଙ୍ଗ ନାମରେ ବଢିବାରେ ଲାଗିଛି ଲୁଟ୍ ମାମଲା। ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଲୁଟ୍ ମାମଲାରେ ତା’ର ସମ୍ପୃକ୍ତି ରହିଛି। ଏଥିସହିତ ଭଦ୍ରକରେ ଏକ ଅପରାଧିକ ମାମଲାରେ ଖୋକନର ହାତ ଥିବା ସନ୍ଦେହ।

ସୂଚନା ଥାଉ କି,  ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଥିଲା ପୋଲିସ । ଗିରଫ ୨ ଅଭିଯୁକ୍ତ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଥିଲା । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଥିଲେ । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍‌ ପାଇଁ ଭୁବନେଶ୍ବର ଆସିଥିଲେ । ଲିଙ୍ଗିପୁର ଅଞ୍ଚଳରୁ ଟାଟା ଏସି ଚୋରି କରି ଏଟିଏମ୍ ପାଖରେ ପହଞ୍ଚିଥିଲେ ।

କୌଣସି ପ୍ରକାର ମୋବାଇଲ ବ୍ୟବହାର କରନ୍ତିନି ଏହି ଗ୍ୟାଙ୍ଗ । ପୂର୍ବରୁ ହୋଇଥିବା ପ୍ଲାନ ଅନୁଯାୟୀ ଲୁଟ୍ କରିବା ଦିନ ଗୋଟାଏ ଜାଗାରେ ଏକାଠି ହେଉଥିଲେ । ଫେକ ଆଧାରକାର୍ଡ ଦେଇ ବିଭିନ୍ନ ହୋଟେଲରେ ରହୁଥିଲେ ଏହି ଲୁଟେରା । ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ସ୍ପେଶାଲ ଟିମ୍ ଗଠନ ହୋଇଥିଲା । ସରାଇ ଆପ୍ଲିକେସନ ଲୁଟେରାଙ୍କୁ ଧରିବାରେ ସାହାଯ୍ୟ କରିଛି । ବେଙ୍ଗାଲୁରୁ, ଦିଲ୍ଲୀ ଓ ଗୋଆରେ ମଧ୍ୟ ଲୁଟ କରିଛି ଏହି ଗ୍ୟାଙ୍ଗ। ଫେକ୍ ଡକ୍ୟୁମେଣ୍ଟ କରି ଭାରତକୁ ଆସୁଥିଲେ ଦୁହେଁ । ଦେଶରେ ଲୁଟ୍ କରିବା ପରେ ଲୁଟ୍ ଟଙ୍କାକୁ ବାଂଲାଦେଶ ପଠାଉଥିବା ସୂଚନା ମିଳିଥିଲା ।