ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ । ନୂଆ ବର୍ଷ ସ୍ୱାଗତ ଆଳରେ ବିଭିନ୍ନ ରାଜନୈତିକ ଦଳର ଵ୍ୟାନର ଓ ହୋଡିଂରେ ଲୁଚିଗଲା ଅଶୋକ ସ୍ତମ୍ଭ । ଦୀର୍ଘଦିନରୁ ରାଜଧାନୀର ସତ୍ୟନଗର ଓଭରବ୍ରିଜ ଓ ଲକ୍ଷ୍ମୀସାଗର ଗୋଳେଇ ଛକରେ ଥିବା ଜାତୀୟ ପତାକାର ଅଶୋକ ସ୍ତମ୍ଭ ଏଵେ ଵ୍ୟାନରରେ ଲୁଚି ଯାଇଛି । ଏହା ଅଶୋକ ସ୍ତମ୍ଭ ପ୍ରତି  ଘୋର ଅସମ୍ମାନ ବୋଲି କହିଛନ୍ତି ବିଶିଷ୍ଟ ଐତିହାସିକ ଅନିଲ ଧୀର । ଏନେଇ ଶ୍ରୀ ଧୀର ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଶେଷକରି ବିଜେପି ଦଳର ନେତା ଓ ଚିହ୍ନ ଥିବା ଅଭିନନ୍ଦନ ଵ୍ୟାନର ଅଶୋକ ସ୍ତମ୍ଭକୁ ଲୁଚାଇ ଦେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଶାସନ କାଲି ସୁଦ୍ଧା ଵ୍ୟାନର ନହଟାଇଲେ ସେ ହାଇକୋର୍ଟ ଯିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।