ସହର ଭିତରେ ଜଙ୍ଗଲର ମଜା ଦେଉଛି ଆନନ୍ଦବନ

1 min read

ଭୁବନେଶ୍ବର: ଭୁବନେଶ୍ବର ସହର ଭିତରେ ଜଙ୍ଗଲୀ ମଜା। ରାତି ପାହିଲେ ହେବ ଉଦଘାଟନ। ଓଡିଶାବାସୀଙ୍କ ଉଦ୍ଦେଶ୍ଯରେ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଆନନ୍ଦ ଦେବ ଆନନ୍ଦବନ। କ୍ରଙ୍ଗିଟ ସହର ଭିତରେ ଜଙ୍ଗଲର ମଜା ଦେଉଛି ଆନନ୍ଦବନ । ବୃକ୍ଷ ଲତାରେ ପରିପୂର୍ଣ ଏହି ଜଙ୍ଗଲରେ ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ମନକୁ ଟାଣି ଆଣୁଛି। ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ଶଙ୍କରପୁର ମୌଜା ମାଳାର କଳିଙ୍ଗନଗର କେ-୭ ଅଂଚଳରେ ୯୦ ଏକର ଜାଗାରେ ପରିବ୍ଯାପ୍ତ ଏହି ଜଙ୍ଗଲ। ଗୋଟିଏ ପାର୍ଶ୍ବରେ ୬୦ ଏକର। ରାସ୍କାର ଅନ୍ଯ ପାଶ୍ବରେ ୩୦ ଏକର ଜଙ୍ଗଲ। ଉଭୟ ପାର୍ଶ୍ବକୁ ଯୋଡିବା ପାଇ ନିର୍ମାଣ  ହୋଇଛି ଫୁଟ ଓଭର ବ୍ରିଜ। କୃତ୍ରିମ ଉପାୟରେ ଏହାର ଉନ୍ନତୀକରଣ ଓ ସୌନ୍ଦର୍ଯ୍ଯକରଣ କରାଯାଇଛି। ଏହାରି ଭିତରେ ସାଇକେଲ ପଥ, ରଙ୍ଗଭୂମି,ଜଳାଶୟ, ଗଜିବୋ, କାଠ ପୋଲ, ଶୌଚାଳୟ,ଖୁସିର ଆଧାର, ବର୍ଷା ଆଶ୍ରୟସ୍ଥଳ, କଙ୍କର ପଥ, ବାଖ୍ଯାଳକେନ୍ଦ୍ର,ମିୟଵାକ ବୃକ୍ଷରୋପଣ,ସୁଗନ୍ଧଭରା ପଥ, ହିଲ ପ୍ଳେ ମଣ୍ଡପ, ଯୋଗମଣ୍ଡପ, ଫୁଡଜୋନ, ପାର୍କିଂ,ମାଟି ପଥ, ସାଇକେଲ ଟ୍ରାକ ରହିଛି। ନଗର ବନଖଣ୍ଡ,ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ଓ ଓଏମସିର ମିଳିତ ସହଯୋଗରେ ଏହାର ଭିନ୍ନତୀକରଣ କାର୍ଯ୍ୟ ହୋଇଛି। ଆନନ୍ଦବନରେ ୫ ଟି ଗେଟ ରହିଛି। ଜଙ୍ଗଲର ସୁରକ୍ଷା ଲାଗି ବ୍ଯାପକ ପରମାଣର ସିସିଟିଭି ଲାଗିବା ସହତି ସୁରକ୍ଷାକର୍ମୀ ନିୟୋଜିତ ହେବ। ୨୦୧୧-୧୨ ମସିହାରେ ବୃକ୍ଷ ରୋପଣ କରିଥିଲା ନଗର ବନଖଣ୍ଡ। ସକାଳ ୫ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ଯା ୬ ପର୍ଯ୍ଯନ୍ତି ଲୋକଙ୍କ ପାଇଁ ଖୋଲା ରହିବ।