spot_img

Latest Posts

ତୃତୀୟ ଲହରରେ ଶିଶୁ ଓ ଗର୍ଭବତୀଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର AIIMS

ଭୁବନେଶ୍ୱର: ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ୱର AIIMS। ଶିଶୁଙ୍କ ପାଇଁ ୨ଟି ୱାର୍ଡରେ ୬୦ଟି ବେଡ଼ ସହ ୭ଟି ଆଇସିୟୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା। ଯଦି ଦରକାର ହୁଏ ଆଇସିୟୁ ସଂଖ୍ୟା ବଢ଼ିବ। ଶିଶୁଙ୍କ ପାଇଁ ସମସ୍ତ ମେଡିସିନ ମହଜୁଦ ରହିଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଡାକ୍ତର ଓ ନର୍ସଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ତୃତୀୟ ଲହରରେ ୧୮ ବର୍ଷରୁ କମ ପିଲା ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଥିବାରୁ ଅଧିକ ଚ୍ୟାଲେଞ୍ଜ ରହିଛି।

ତଥାପି ଭୁବନେଶ୍ୱର ଏମସ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଏମ୍‌ସର ନିର୍ଦ୍ଦେଶିକା। ଯଦି କୌଣସି ଶିଶୁ କୋଭିଡ ପଜିଟିଭ ହୋଇ ଏମସରେ ଭର୍ତ୍ତି ହୁଅନ୍ତି, ତାଙ୍କ ସହ ତାଙ୍କ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ। ସେହିପରି ଜନ୍ମ ହେବାକୁ ଯାଉଥିବା ଶିଶୁ ଓ ମା’ଙ୍କର ଅଧିକ ଯତ୍ନ ନିଆଯିବ। ଏଥିଲାଗି ଦୁଇଟି ଏକମୋ ମେସିନ ମଧ୍ୟ ରହିଛି। ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଏମସ ନିର୍ଦ୍ଦେଶିକା।

 

Latest Posts

Don't Miss