ବାଇକକୁ ପିଟିଲା କାର, ୩ ମୃତ
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଭୁବନେଶ୍ଵରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଡଗଡ଼ ଥାନା ସାଇ ମନ୍ଦିର ନିକଟରେ ବାଇକକୁ ପିଟିଲା ଦ୍ରୁତଗତିରେ ଯାଉଥିବା କାର । ଦୁର୍ଘଟଣାରେ ଗୁରୁତରଙ୍କୁ ହସ୍ପିଟାଲକୁ ନେବା ବାଟରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ୩ ବାଇକ ଚାଳକଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ବଡଗଡ଼ ଥାନାଅଧିକାରୀ ତୃପ୍ତି ନାୟକ । ରାତି ପ୍ରାୟ ୨ଟା ବେଳେ ରଙ୍ଗ ରୁଟରେ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ଟାଟା ହ୍ୟାରିଅର କାର । କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା । ଦୁର୍ଘଟଣା ଘଟାଇଥିବା କାର ସହ ଡ୍ରାଇଭର ଅଟକ ରଖି ସିସିଟିଭି ଯାଞ୍ଚ ସହ ପୁରା ଘଟଣାର ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ ।