spot_img

Latest Posts

ପାରୋଲରେ ଯାଇ ଦେଢ଼ ବର୍ଷ ହେଲା ଫେରାର ହୋଇଯାଇଛନ୍ତି ଦୁଇ କଏଦୀ

 

ଭୁଶୁଡି ପଡ଼ିଲାଣି ଜେଲ ବ୍ୟବସ୍ଥା । କେଉଁଠାରେ କଏଦୀ ଚମ୍ପଟ ମାରିଲେଣି ତ ଆଉ କେଉଁଠାରେ ପାରୋଲରେ ଯାଇ ଫେରୁନାହାନ୍ତି କଏଦୀ । ଏଭଳି ଏକ ସଙ୍ଗିନ ଘଟଣା ସାମ୍ନାକୁ ଆସିଛି ଝାରପଡା ଜେଲରୁ । ପାରୋଲରେ ଯାଇ ଦେଢ଼ ବର୍ଷ ହେଲା ଫେରାର ହୋଇଯାଇଛନ୍ତି ଦୁଇ କଏଦୀ । ଜଣେ ଦୁଷ୍କର୍ମ ଅଭିଯୁକ୍ତ, ଆଉ ଜଣେ ହତ୍ୟା ଅଭିଯୁକ୍ତ । ଜଣଙ୍କ ନାଁ ଶୁଶୀଲ ଦିଗଲ ଓ ଅନ୍ୟ ଜଣଙ୍କ ନାଁ ରଞ୍ଜିତ ନାୟକ । ଏଭଳି ଘଟଣାକୁ ନେଇ ଗତକାଲି ଲକ୍ଷ୍ମୀସାଗର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ଝାରପଡା ଜେଲ ଅଧିକ୍ଷକ ସର୍ବେଶ୍ୱର ସାହୁ । ତେବେ ବଡ଼ କଥା ହେଉଛି ଦୁଇ ଜଣ କଏଦୀ ଏତେ ଦିନ ଧରି ବାହାରେ ରହିଲେ । କେହି କେମିତି ତାଙ୍କୁ ଖୋଜିଲେନି ? ନା ବିଭାଗୀୟ ଉଦାସୀନତା ପଦାରେ ପଡିବା ଭୟରେ ଏସବୁକୁ ଲୁଚାଇ ରଖିଲେ ? ସେହିପରି ଗତ ଅକ୍ଟୋବର ୩ ତାରିଖରୁ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ଦୁଇ ବିହାରୀ କଏଦୀଙ୍କ ମଧ୍ୟ ପତ୍ତା ଏଯାବତ ପାଉନି ପୋଲିସ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ଜେଲ ବିଭାଗର ଅପାରଗତା ପଦାରେ ପଡିଛି ।

Latest Posts

Don't Miss