୨୦ ପରିବାରର ଭରଷା ଗୋଟିଏ ନଳକୂପ

ଭୁବନ: ପାନୀୟ ଜଳ ପାଇଁ ହିନସ୍ତା । ଗୋଟିଏ ନଳକୂଅ ଉପରେ ଭରଷା କରନ୍ତି କୋଡିଏରୁ ଅଧିକ ପରିବାର । ବାଧ୍ୟ ହୋଇ ନଳକୂଅରୁ ବାହାରୁଥିବା ହଳଦିଆ ଗୁଣ୍ଡ ମିଶ୍ରିତ ପାଣିକୁ ବ୍ୟବହାର କରୁଛନ୍ତି । ଯାହା ଫଳରେକି ଆଜକୁ ୫ ବର୍ଷରେ କିଡିନୀ ରୋଗରେ ୪୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି ।  ଯେତେ ଗୁହାରି କଲେ ବି ପ୍ରଶସନ ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଗୋଟିଏ ନଳକୂଅ । ନିର୍ଭର କରୁଛନ୍ତି ଦୁଇ ଶହରୁ ଅଧିକ ଲୋକ । ପାଣି ପାଇଁ   ସମସ୍ତେ ଡହଳ ବିକଳ । ମାଠିଆଏ ଜଳ ପାଇଁ ଜିବାକୁ ପଡୁଛି ଦୂର ବାଟ  । ହେଲେ ପ୍ରଶାସନ ଗୁହାରି ଶୁଣୁନଥିବା ଅଭିଯୋଗ  । ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ପଳାଶପିଠିଆ ଗାଁର ଚମ୍ପାନାଳିଆ ସାହିର । ମାତ୍ର ଗୋଟିଏ ନଳକୂଅ ଉପରେ ସମସ୍ତେ ନିର୍ଭର କରନ୍ତି । ହେଲେ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି ଏହି ନଳ କୂଅରୁ  । ବାଧ୍ୟ ହୋଇ ଏହି ପାଣିକୁ ପାନୀୟ ଜଳ ରୂପରେ ବ୍ୟବହାର କରିବାକୁ ପଡୁଛି । ଯାହା ଫଳରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗାଁର ୪୦ରୁ ଅଧିକ ଲୋକେ କିଡିନୀ ରୋଗରେ ପଡିଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ  ଅବଗତ ଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି ।  ଆଜକୁ ୬ ମାସ ହେଲା ପ୍ରଶାସନ ତରଫରୁ ନଳକୂଅରୁ ସାମ୍ପୁଲ ନିଆଯାଇଛି । କିନ୍ତୁ ଅଦ୍ୟାବଧି କୌଣସି ରିପୋର୍ଟ ଆସିନାହିଁ । ସେପଟେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ ।