spot_img

Latest Posts

ଆଣ୍ଠୁଗଣ୍ଠି ପାଇଁ ଔଷଧ ଖାଇ ଗୋଟେ ଆଖି ହରାଇ ଦେଲେ ଯୁବକ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନନ୍ଦିଘୋଷ ବ୍ୟୁରୋ: ଆଣ୍ଠୁ ଗଣ୍ଠି ରୋଗ ଭଲ କରିବା ପାଇଁ ଔଷଧ ଖାଉ ଖାଉ ଗୋଟିଏ ଆଖି ହରାଇ ଦେଲେ ଯୁବକ । ଡାହାଣ ଆଖି ନଷ୍ଟ ହେବାର କିଛିଦିନ ପରେ ଏବେ ବାମ ଆଖିକୁ ଦେଖାଯାଉନି । ଦିନକୁ ଦିନ ବଢୁଛି ଇନଫେକସନ। ବାମ ଆଖି ଯଦି ନଷ୍ଟ ହୋଇଯାଏ ସବୁଦିନ ପାଇଁ ଅନ୍ଧ ହୋଇଯିବେ ଘରର ଏକ ମାତ୍ର ରୋଜଗାରିଆ ପୁଅ ।ଚିକିତ୍ସା ପାଇଁ ବର୍ତ୍ତମାନ ଅର୍ଥ ସାଜିଛି ବାଧକ।

ଢେଙ୍କାନାଳ ଜିଲ୍ଲା ଭୁବନ ୧ ନମ୍ବର ୱାର୍ଡର ଦୀପକ ମହାନ୍ତି । ବୟସ ମାତ୍ର ୪୨ ବର୍ଷ । ୫ ଜଣଙ୍କୁ ନେଇ ପରିବାର। ପରିବାରର ସମସ୍ତଙ୍କ ଦାୟିତ୍ଵ ଦୀପକଙ୍କ ଉପରେ । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର। ୨୦୧୨ ମସିହାରେ ଦୀପକଙ୍କ ଆଣ୍ଠୁଗଣ୍ଠି ବାତ ହେବାରୁ ସେ କଟକ ଏସିବିରେ ଚିକିତ୍ସିତ ହେଲେ। କିନ୍ତୁ ରିମାଟୋଲଜି ଚିକିତ୍ସାର ସାଇଡ ଇଫେକ୍ଟରେ ୨୦୧୬ ମସିହାରେ ଦୀପକଙ୍କ ଡାହାଣ ଆଖି ଲାଲ ପଡିବା ସହ ବିନ୍ଧା ହେଲା। ପରେ ଦୀପକ ଆଖିର ଚିକିତ୍ସା ପାଇଁ ପ୍ରଥମେ କଟକ ଅଗ୍ରଓ୍ବାଲ ଚକ୍ଷୁ ହସପିଟାଲ ଓ ପରେ ବାଙ୍ଗାଲୋର, ମଦୁରାଇ ଯାଇ ଚିକିତ୍ସିତ ହୋଇଥିଲେ।  ପରେ ପୁନର୍ବାର ଅଗ୍ରଓ୍ବାଲ ଚକ୍ଷୁ ହସପିଟାଲରେ ଡାହାଣ ଆଖିର ଅପରେସନ କଲେ। କିନ୍ତୁ ଦଇବ ଦାଉ ସାଜିଲା । ଅପରେସନର କିଛି ବର୍ଷ ପରେ ୨୦୨୩ ମସିହାରେ ଡାହାଣ ଆଖିରେ ଦୃଷ୍ଟିଶକ୍ତି କମିବା ସହ ଆଖିଟି ନଷ୍ଟ ହୋଇଗଲା। ଫଳରେ ଡାହାଣ ଆଖିର ଇନଫେକସନ ବାମ ଆଖିକୁ ଧରିଲା। ଏବେ ଆଖିର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

କଟକ ଏସିବିରେ ବିଜୁ ସ୍ଵାସ୍ଥ୍ଯ କାର୍ଡ ଜରିଆରେ ଦୀପକଙ୍କ ଆଖିର ଚିକିତ୍ସା ହେଉଥିଲା । ହେଲେ ନିର୍ବାଚନ ଆଚରଣ ବିଧି ଲାଗିବା ପରେ ବିଜୁ ସ୍ଵାସ୍ଥ୍ଯ କାର୍ଡ କାମ ଦେଲା ନାହିଁ । ମାଗଣା ଇନଜେକସନ ପାଇବାରୁ ବଞ୍ଚିତ ହେଲେ ଦୀପକ । ଫଳରେ ଆଖିର ଇନଫେକସନ ବଢି ୪୦ ପ୍ରତିଶନ ଆଖିକୁ ଦେଖାଯାଉନାହିଁ । ଏବେ ଦୀପକଙ୍କ ଆଖିର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ଯକ ହେଉଛି । ତେଣୁ ଆଖିର ଚିକିତ୍ସା ନିମନ୍ତେ ସରକାରଙ୍କ ସହାୟତା ଲୋଡିଛନ୍ତି ପରିବାର ଲୋକେ । ଏହି ବିଷୟରେ ଜାଣିବା ପରେ ଢେଙ୍କାନାଳର କିଛି ସମାଜସେବୀ ଘରକୁ ଯାଇ ତାଙ୍କ ଅବସ୍ଥା ବୁଝିବା ସହ ଚିକିତ୍ସା କରାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।

 

Latest Posts

Don't Miss