spot_img

Latest Posts

ବାପ ଘରକୁ ସ୍ତ୍ରୀ ଚାଲିଗଲା ବୋଲି ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ

ଢେଙ୍କାନାଳ: ପାରିବାରିକ କହଳର କରୁଣ ପରିଣତି । ବାପ ଘରକୁ ସ୍ତ୍ରୀ ଚାଲିଗଲେ ବୋଲି ବେକରେ ରଶି ଲଗାଇ ଝୁଲି ପଡ଼ିଲେ ସ୍ବାମୀ। ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ଗାଁରୁ ଆସିଛି ଏଭଳି ଖବର । ମୃତକ ଜଣକ ହେଲେ ଚଣ୍ଡିପାଳ ନୁଆସାହିର ଅର୍ଜୁନ ବେହେରା।  କୁହାଯାଉଛି କି, ଅର୍ଜୁନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଘର ଚଳାଇବା ପାଇଁ ଅନେକ ଧାର କରଜ କରିଥିଲେ। ଯେଉଁଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଶେଷରେ ଝଗଡ଼ା ଉଗ୍ର ନେବାରୁ ସ୍ତ୍ରୀ ମୀନତି ଘରଛାଡ଼ି ବାପ ଘରକୁ ପଳାଇଥିଲେ।  ତେବେ ସ୍ଵାମୀ ଏହାକୁ ସହ୍ୟ କରି ପାରିନଥିଲେ । ଆଉ ଆପଣାଇଥିଲେ ଚରମ ପନ୍ଥା । ଘରେ କବାଟ ବନ୍ଦ କରି ଫ୍ୟାନରେ ରଶି ଲଗାଇ ଝୁଲିପଡ଼ିଥିଲେ ଅର୍ଜୁନ। ପରିବାର ଲୋକ ଖବର ପାଇବା ପରେ ଅର୍ଜୁନଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ପରିବାରରେ ଖେଳିଯାଇଛି ଶୋକର ଛାୟା ।

Latest Posts

Don't Miss