ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଇଓ ଅଫିସର ସହକାରୀ କିରାଣି

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ବିଇଓ ଅଫିସର ସହକାରୀ କିରାଣି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସହକାରୀ କିରାଣି ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ କିରାଣି ବିଭୁ ପ୍ରସାଦ ବେହେରାଙ୍କୁ ଧରିଛି ଭିଜିଲାନ୍ସ ।
ସହକାରୀ କିରାଣି ବିଭୁ ପ୍ରସାଦ ଜଣେ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ବାବଦ ବିଲ୍ ପାସ କରାଇ ଦେବାକୁ ଲାଞ୍ଚ ନେଉଥିଲେ । ଟଙ୍କା ନେଉଥିବା ବେଳେ ରେଡ୍ କରିଥିଲା ତଦନ୍ତକାରୀ ଟିମ୍ । ପରେ କଟକ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।