ଭୁବନେଶ୍ୱର: ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭୃଗୁ । ରାଜ୍ୟ ବିଜେପି ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର । ବିଜେପିର ରାଜ୍ୟ ଉପ ସଭାପତି ଥିଲେ ଭୃଗୁ ବକ୍ସିପାତ୍ର।
୨୦୧୯ରେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ଥିଲେ ଭୃଗୁ। ୨୩ ବର୍ଷ ଧରି ଭୃଗୁ ବକ୍ସିପାତ୍ର ବିଜେପିରେ ଥିଲେ। ସେ କହିଛନ୍ତି, ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତା ସହିତ ତୁଲାଇଛି । କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧ କଲି । ତେଣୁ ଆଗକୁ ବଢିବା ପାଇଁ ଦଳରୁ ଇସ୍ତଫା ଦେଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଭୃଗୁ ବକ୍ସିପାତ୍ର। ୨୦୧୯ରେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ଥିଲେ ଭୃଗୁ। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା ।

