ଭୟଙ୍କର ହେଉଛି କରୋନା ସଂକ୍ରମଣ, ମଧ୍ୟ ପ୍ରଦେଶର ୩ଟି ସହର ସମ୍ପୂର୍ଣ୍ଣ ଲକଡାଉନ୍

1 min read

ଭୋପାଳ: ମଧ୍ୟ ପ୍ରଦେଶରେ କରୋନା ଗ୍ରାଫ ବଢିବାରେ ଲାଗିଛି । କରୋନାର ବଢୁଥିବା ସଂକ୍ରମଣକୁ ଦେଖି ସରକାର ମଧ୍ୟପ୍ରଦେଶରେ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମଧ୍ୟ ପ୍ରଦେଶର ୩ଟି ସହର ଭୋପାଳ , ଇନ୍ଦୋର ଓ ଜବଲପୁରରେ ଆଜି ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଗତ୨୪ ଘଣ୍ଟାରେ ଭୋପାଳରେ ୩୪୫, ଇନ୍ଦୋରରେ ୩୧୭, ଏବଂ ଜବଲପୁରରେ ୧୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମଧ୍ୟ ପ୍ରଦେଶରେ ୨୪ ଘଣ୍ଟାରେ ୧୩୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁଣିଥରେ ମଧ୍ୟ ପ୍ରଦେଶରେ କରୋନା ବଢୁଥିବା ସଂକ୍ରମଣକୁ ଦେଖି ପ୍ରଶାସନ ଜବଲପୁର, ଭୋପାଳ ଏବଂ ଇନ୍ଦୋରରେ ୩୨ ଘଣ୍ଟିଆ ଲକଡାଉନ ଘୋଷଣା କରିଛି । ଏହି ଲକଡାଉନ ଶନିବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲଗାଯାଇଛି । ଏହି ଲକଡାଉନରେ ଏମିତି ହିଁ ଚିତ୍ର ସାମ୍ନାକୁ ଆସିଛି ଯେମିତି ସମ୍ପୂର୍ଣ୍ଣ ଦେଶ ଲକଡାଉନରେ ଥିବା ସମୟରେ ଆସିଥିଲା ।

ଲକଡାଉନ ସମୟରେ ଆବଶ୍ୟକୀୟ ସାମଗ୍ରୀର ପରିବହନ, ଶ୍ରମିକମାନଙ୍କୁ, ଉଦ୍ୟୋଗିକ , କଞ୍ଚାମାଲ ଉତ୍ପାଦକର ପରିବହନ , ରୋଗୀଙ୍କ ପରିବହନ , ଏୟାରପୋର୍ଟ-ରେଲୱେ ଷ୍ଟେସନରୁ ଯିବା ଆସିବା କରୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ନିୟମ କୋହଳ ରହିଛି ।

ଏହି ୩ଟି ସହରରେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସ୍କୁଲ , କଲୋଜ  ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ଜବଲପୁରରେ ରବିବାର ସକାଳୁ ହିଁ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁଠାରେ ଲୋକ ଶହ ଶହ ସଂଖ୍ୟାରେ ଜାତାୟତ କରୁଥିବାର ଦେଖିବାକୁ ମିଳୁଥିଲା ଆଜି ସେଠି ଶୂନଶାନ । ତେବେପ୍ରତିଯୋଗୀତାମୂଳକ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ  ମେଟ୍ରୋ ଏବଂ ବସ ଚଳାଚଳକୁ କୋହଳ କରାଯାଇଛି ।

Leave a Reply