ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା

1 min read

ନୂଆଦିଲ୍ଲୀ: ପୁଣି ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି । ଗତ ରବିବାର ଏକ ହୋଟେଲରୁ ଆକାଂକ୍ଷାଙ୍କ ମୃତଦେହ ଠାବ କରାଯାଇଛି । ଅଭିନେତ୍ରୀ ଜଣଙ୍କ ବେକରେ ଫଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆକାଂକ୍ଷା ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାର ପାରସିପୁରରେ ରୁହନ୍ତି ।

ସୂଚନା ଅନୁସାରେ, ଆକାଂକ୍ଷା ବନାରସରେ ଆତ୍ମହତ୍ୟା କରିଛନ୍ତି । ସେ ସୁଟିଂ ପାଇଁ ସେଠାକୁ ଯାଇଥିଲେ । କିନ୍ତୁ ରବିବାର ଦିନ ହୋଟେଲରୁ ତାଙ୍କ ମୃତଦେହ ମିଳିଥିଲା । ଶନିବାର ଦିନ ଆକାଂକ୍ଷା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଆକାଂକ୍ଷାଙ୍କ ବୟସ ୨୫ ବର୍ଷ । ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିଲେ । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ବହୁତ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ସେ ବୀର କେ ବୀର ଓ କସମ ପୈଦା କରନେ ଓ୍ବାଲେ କି-୨ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଫିଲ୍ମ ସୁଟିଂ ପାଇଁ ଯାଇ ଆତ୍ମହତ୍ୟା କରିବା ନେଇ ସାରା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ଆକାଂକ୍ଷା କାହିଁକି ଏପରି ପଦକ୍ଷେପ ନେଲେ ଏନେଇ ସସପେନ୍ସ ଲାଗି ରହିଛି ।