ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ପୁରୀ: ବାହୁଡା ଯାତ୍ରା ବେଳେ ବଳଗଣ୍ଡି ଛକ ନିକଟରେ ତାଳଧ୍ବଜ ରଥ ଦୌଡ଼ି ଖସି ଆହତ ଭୋଇ ସେବାୟତଙ୍କ ମୃତ୍ୟୁ । ମୃତ ସେବାୟତ ହେଲେ ନକୁଳ ଭୋଇ । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ସେବାୟତ ପରିବାରଙ୍କୁ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ କରାଯାଇଥିବା ବୀମାରାଶି ୫ ଲକ୍ଷ ଟଙ୍କା ପାଇବେ । ଏହାସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଯୋଗାଇଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯିବ ।