ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ ଆଣି ପରିବାର ଲୋକଙ୍କ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ଭୋଗରାଇ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ମହିଳାଙ୍କ ମୃତ୍ୟୁ । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ । ହସ୍ପିଟାଲ ଆଗରେ ମହିଳାଙ୍କ ମୃତଦେହ ରଖି ୨ ଦଫା ଦାବିରେ ପରିବାର ଲୋକଙ୍କ ଧାରଣା । ଚିକିତ୍ସାରେ ଅବହେଳା କରିଥିବା ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ସପନ ନାୟକକୁ ଗିରଫ ଓ ତାଙ୍କ ଡାକ୍ତରୀ ସାର୍ଟିଫିକେଟକୁ ରଦ୍ଦ ଦାବି କରି ଧାରଣାରେ ବସିଛନ୍ତି ପିରବାର ଲୋକେ । ଗତକାଲି କୃଷ୍ଣନଗର ଗାଁର ରଘୁନାଥ ପଣ୍ଡିତଙ୍କ ସ୍ତ୍ରୀ ଜମୁନା ପଣ୍ଡିତ ପ୍ରସବ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରସୂତି ବିଭାଗର ଡାକ୍ତର ସପନ ନାୟକ ବାହାରେ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିଲେ । ପ୍ରସୂତୀଙ୍କ ପରିବାର ଲୋକେ ବାରମ୍ବାର ଖବର ଦେବା ପରେ ମଧ୍ୟ ଆସିନଥିଲେ । ଯେଉଁଥି ପାଇଁ ଚିକିତ୍ସା ଅବହେଳାରୁ ଜମୁନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।