୧୦ ଦିନ ପାଇଁ ବନ୍ଦ ହେବ ଭିତରକନିକା

ପଟ୍ଟାମୁଣ୍ଡାଇ: କୁମ୍ଭୀର ଗଣନା ପାଇଁ ୧୦ ଦିନ ଭିତରକନିକା ବନ୍ଦ । ଜାନୁୟାରୀ ୨ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସେପଟେ ଇକୋଟୁରିଜିମ୍‌ ମାଧ୍ୟମରେ ହେଉଥିବା ବୁକିଙ୍ଗ ମଧ୍ୟ ବନ୍ଦ ରହିବ । ଜାନୁୟାରୀ ୨ତାରିଖରୁ ୧୧ ତାରିଖ ଯାଏଁ ୧୦ ଦିନ ଧରି ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ ।

୨ତାରିଖରୁ ୫ତାରିଖ ଯାଏଁ ନଦୀ ଶାନ୍ତ ପଡ଼ିପାରେ । ୬ତାରିଖ ଠାରୁ ଭିତରକନିକାରେ ଥିବା ନଦୀ ଓ ନାଳମାନଙ୍କରେ ହୁଲିଡଙ୍ଗା ସାହାର୍ଯ୍ୟରେ କୁମ୍ଭୀର ଗଣନା କରାଯିବ । ଏହି ଗଣନା ୧୦ଦିନ ଧରି କରାଯିବ ଏବଂ ଏହି ସମୟରେ ଭିତରକନିକାକୁ କୌଣସି ପର୍ଯ୍ୟଟକ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡା. ଯଜ୍ଞଦତ୍ତ ପତି ।

ଏଥିସହିତ ପଢ଼ନ୍ତୁ: ଉପକୂଳ ଜିଲ୍ଲାରେ ଆଜିଠୁ ବଢ଼ିବ ବର୍ଷା

Leave a Reply