ନକଲି ଗହଣାକୁ ଅସଲି ଭାବି ମହିଳାଙ୍କୁ ହତ୍ୟା କଲା ଯୁବକ

ଭିଲଓ୍ବାଡ଼ା: ରାଜସ୍ଥାନର ଭିଲଧ୍ବାଡ଼ାରେ ଗହଣା ଲୁଟିବା ସହ ମହିଳାଙ୍କୁ ହତ୍ୟା । ଅଭିଯୁକ୍ତ ଯୁବକ ଗିରଫ । ତେବେ ଯୁବକ ଜଣଙ୍କ ଲୁଟିଥିବା ଗହଣା ଅସଲି ନୁହେଁ ନକଲି ବୋଲି ଜଣାପଡ଼ିଛି । ନକଲି ଗହଣାକୁ ଅସଲି ଭାବି ଯୁବକ ଜଣଙ୍କ ଲୁଟିବା ସହ ମହିଳାଙ୍କୁ ହତ୍ୟା କରିଛି ।

ସୂଚନା ଅନୁସାରେ ଶୁକ୍ରବାର ସୀମା ବଞ୍ଜାରା ନାମକ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡ଼ ଶବ ଜବତ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଡଗ୍ ସ୍କ୍ବାଡ, ଏଫଏସଏଲ ଓ ସାଇବର ଟିମ ବି ଯାଞ୍ଚରେ ଲାଗିଗଲେ । ସିସିଟିଭି ଫୁଟେଜ ଓ କଲ ରେକର୍ଡକୁ ଆଧାର କରି ପୋଲିସ ଅଭିଯୁକ୍ତ ସମ୍ପର୍କରେ ସୂଚନା ପାଇଥିଲା । ଏହାପରେ ପୋଲିସ ଅଭିଯୁକ୍ତ ସୋଏବ ମହମ୍ମଦକୁ ଗିରଫ କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ସତ ମାନିଥିଲା ଓ ଗହଣା ଲୁଟିବା ଉଦ୍ଦେଶ୍ୟରେ ହତ୍ୟା କରିଥିବା ସ୍ବୀକାର କରିଥିଲା ।

ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ସୋଏବ ମହିଳାଙ୍କୁ ପ୍ରଥମେ ବାଇକରେ ବସାଇ ଭିଳଓ୍ବାଡା ସହର ପ୍ରଦର୍ଶନୀ ନଗରରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇଥିଲା । ସେଠାରେ ଉଭୟ ମଦ ପିଇଥିଲେ । ମହିଳା ଜଣଙ୍କ ନକଲି ହାର ଓ କାନଫୁଲ ପିନ୍ଧିଥିଲେ । ଯାହାକୁ ଅଭିଯୁକ୍ତ ଅସଲି ଭାବି ନେଇଥିଲା । ଏହାପରେ ଅଭିଯୁକ୍ତ ଲୋଭରେ ପଡ଼ି ମହିଳାଙ୍କ କଳା ଗାଟି ଗହଣା ଲୁଟି ଫେରାର ହୋଇଯାଇଥିଲା ।