ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ବନ୍ଧା ହେଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭବାନୀପାଟଣା: ଭବାନୀପାଟଣା ମୁନିସିପାଲିଟି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମୀର ଠାକୁର ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଘରେ ରେଡ୍ ପରେ ଗିରଫ ହୋଇଥିଲେ ସମୀର ଠାକୁର । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମୀର ଠାକୁରଙ୍କର ପ୍ରବଳ ସମ୍ପତ୍ତି । ଭବାନୀପାଟଣାରେ ବାବୁଙ୍କ ନାଁରେ ରହିଛି ୩ଟି ପ୍ଲଟ୍ । ଗୋଟେ ତିନିମହଲା ବିଲଡ଼ିଂ, ଗୋଟିଏ ଦୁଇମହଲା କୋଠା ରହିଛି ।

ଏହାସହ ୫୨ ଲକ୍ଷ ୫୬ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି ସମୀର ଠାକୁରଙ୍କ ନାଁରେ । ଘରୁ ନଗଦ ୪୯ ହଜାର ୧୬୩ ଟଙ୍କା ସହ ୨୫୦ଗ୍ରାମ୍ ସୁନା ଗହଣା ଓ୯୩୦ ଗ୍ରାମ ରୁପା ଠାବ ହୋଇଛି । ୮ଲକ୍ଷ ୫୭ହଜାର ଟଙ୍କାର ଗୋଟିଏ ୪ଚକିଆ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭାବନୀପାଟଣାର ୪ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ ।