ପାରାଅଲିମ୍ପିକ୍ସରେ ଭାରତକୁ ସଫଳତା: ରୌପ୍ୟ ପଦକ ଜିତିଲେ ଭାବିନାବେନ୍

1 min read

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ସଫଳତା । ଟୋକିଓରେ ଖେଳାଯାଉଥିବା ପାରା ଅଲିମ୍ପିକ୍ସରେ ଟେୁବୁଲ୍‌ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଲେ ଭାରତର ଭାବିନାବେନ୍ ପଟେଲ୍‌ । ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା।ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ୱର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ୱର ୧ ନମ୍ବର ଖେଳାଳି କା ଜୋଉ ୟିଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍‌‌ ଟେନିସ୍‌ ‘ସି-ଫୋର୍‌’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଚୀନ୍‌ର ୟିଙ୍ଗ୍‌ଙ୍କ ଠାରୁ ପଟେଲ୍‌ ୧୯ ମିନିଟ୍‌ରେ ୦-୩ରେ (୭-୧୧, ୫-୧୧, ୬-୧୧) ପରାସ୍ତ ହୋଇଛନ୍ତି। କିନ୍ତୁ, ପାରାଲିମ୍ପିକ୍ସ୍‌ରେ ଉତ୍ତମ କ୍ରୀଡ଼ାନୈପୂଣ୍ୟ ପ୍ରଦର୍ଶନ କରି ଭାବିନା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ପ୍ରତିଯୋଗିତାରେ ସେ ଜୋଉଙ୍କ ସହ ଭଲ ଟକ୍କର ଦେଇଥିଲେ ମଧ୍ୟ ୬ ମିନିଟ୍‌ ପରେ ପ୍ରଥମ୍ ଗେମ୍‌ରେ ସେ ପରାସ୍ତ ହୋଇଥିଲେ। ପରେ ଜୋଉଙ୍କୁ ଟପିଯିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ।

ଏଥିସହିତ ପଢ଼ନ୍ତୁ: ଶହୀଦ ଆମେରିକୀୟ ସୈନିକଙ୍କ ଶେଷ ପୋଷ୍ଟ: ‘ମାରିବୁ ନ ହେଲେ ମରିବୁ’

 

Leave a Reply