ବଢ଼ିଲା ଭତ୍ତା ଟଙ୍କା

1 min read

ନନ୍ଦିଘୋଷ ବ୍ୟୁରୋ :

ସାମାଜିକ ସୁରକ୍ଷା ବ୍ଯବସ୍ଥା ପାଇଁ ବଡ଼ ଘୋଷଣା କରାଯାଇଛି । ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ଯାଙ୍ଗଙ୍କୁ ମିଳିବ ୩ ହଜାର ୫୦୦ ଟଙ୍କାର ଭତ୍ତା । ସମ୍ପୂର୍ଣ୍ଣ ନିଶାଦ୍ରବ୍ଯ ନିରାକରଣ ହେଲେ ବ୍ଲକକୁ ମିଳିବ ୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି । ସ୍ବାସ୍ଥ୍ଯ କ୍ଷେତ୍ର ପାଇଁ ୨୧ ହଜାର ୨୦୦ କୋଟି ଟଙ୍କାର ବ୍ଯୟବରାଦ କରାଯାଇଛି । ସ୍ବାସ୍ଥ୍ଯ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ ଜରିଆରେ ୨ ହଜାର ୪୬୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ସ୍ବାସ୍ଥ୍ଯ କେନ୍ଦ୍ର ଗୁଡ଼ିକର ଉନ୍ନତିକରଣ ପାଇଁ ଆମ ହସପିଟାଲ ଓ ନିର୍ମଳ ଯୋଜନା ଅଧିନରେ ସ୍ବାସ୍ଥ୍ଯ କେନ୍ଦ୍ରର ପରିମଳ ବ୍ଯବସ୍ଥାକୁ ସୁନିଶ୍ଚିତ କରାଯିବ । ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ ଯାଜପୁର ମେଡିକାଲ କଲେଜ । ୨୦୨୫-୨୬ ଆର୍ଥିକ ବର୍ଷରେ ଫୁଲବାଣୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ସାମଗ୍ରିକ ଶିକ୍ଷାର ବିକାଶ ପାଇଁ ୩୫ ହଜାର ୫୩୬ କୋଟିର ବ୍ଯୟବରାଦ କରାଯାଇଛି । ଚଳିତ ବର୍ଷରେ ରାଜ୍ଯରେ ଲାଗୁହେବ ପିଏମଶ୍ରୀ ଯୋଜନା । ଏହାସହିତ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଛି ।

ବିଜୁ ସେତୁର ନାଁ ପରିବର୍ତ୍ତନ କରି ସେତୁ ବନ୍ଧନ ଯୋଜନା କରାଯାଇଛି । ଏଥିପାଇଁ ୧୯ଶହ ୯୦ କୋଟି ଟଙ୍କା ବ୍ଯୟବରାଦ କରାଯାଇଛି । ଓଡ଼ିଶା ସରକାର ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଯୋଜନା ଅଭିଯାନ ବା ପିଏମ-ଉଷା ଆପଣାଇଛନ୍ତି । ନୂଆ-ଓ ଯୋଜନାର ନାଁ ବଦଳାଇ ମୁଖ୍ଯମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହେବ । ଏଥିପାଇଁ ୭୦୧ କୋଟି ଟଙ୍କାର ବ୍ଯୟବରାଦ କରାଯାଇଛି । ଗୋଦାବରିଶ ବିଦ୍ଯାର୍ଥୀ ପ୍ରୋତ୍ସାହନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ । ମିଲେଟ ମିଶନ ନାଁକୁ ପରିବର୍ତ୍ତନ କରି ଶ୍ରୀଅନ୍ନ ଅଭିଯାନ କରିଛନ୍ତି ମୋହନ ସରକାର ।

ଏଥିପାଇଁ ୬୪୯ କୋଟି ଟଙ୍କା ବ୍ଯୟବରାଦ ହୋଇଛି । ବିଜୁ ପକ୍କାଘର ନାଁ ପରିବର୍ତ୍ତନ କରି ଲାଗୁ ହୋଇଛି ଅନ୍ତ୍ଯୋଦୟ ଗୃହ ଯୋଜନା । ପିଏମ ଆବାସ ଓ ଅନ୍ଯ ଆବାସ ଯୋଜନାରେ ସାମିଲ ହୋଇନଥିବା ଲୋକଙ୍କୁ ଏହି ଯୋଜନାରେ ପକ୍କାଘର ମିଳିବ । ଏହି ଯୋଜନା ପାଇଁ ୧୦୫ କୋଟି ଟଙ୍କା ବ୍ଯୟବରାଦ ହୋଇଛି ।