ନ୍ୟାୟିକ ହେପାଜତରେ କମେଡିଆନ୍ ଭାରତୀ ଓ ହର୍ଷ; ଆଜି ହୋଇପାରେ ଜାମିନ ଶୁଣାଣି

bharti singjh

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କରେ ବଲିଉଡର କଳାକାର ମାନେ ଛନ୍ଦି ହେବାରେ ଲାଗିଛନ୍ତି । ଏହି ମାମଲାରେ ଜଣାଶୁଣା ହାସ୍ୟ ଅଭିନେତା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଉପରେ ଏନସିବିର ନଜର ପଡିଛି ।

ଏପରିକି ଡ୍ରଗ୍ସ ମାମଲାରେ ଭାରତୀ ଏବଂ ହର୍ଷଙ୍କୁ ମୁମ୍ବାଇର କିଲ୍ଲା କୋର୍ଟ ଦ୍ୱାରା ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ କୋର୍ଟରେ ଜାମିନ ଆବେଦନ କରିଛନ୍ତି, ଯାହାର ଶୁଣାଣି ସୋମବାର ହେବାକୁ ଯାଉଛି ।

bharti singjh

ଭାରତୀ ସିଂଙ୍କୁ କଲ୍ୟାଣ ଜେଲକୁ ସ୍ଥାନାନ୍ତର କରାଯିବାକୁ ଥିବାବେଳେ ହର୍ଷଙ୍କୁ ତାଲୋଜା ଜେଲକୁ ନିଆଯିବ। ସୋମବାର ଦିନ ଆବେଦନ ଉପରେ ଶୁଣାଣି ହେବା ପରେ ଭାରତୀଙ୍କୁ ଏହି କେସରୁ ଆଶ୍ୱସ୍ତୀ ମିଳିବ କି ନାହିଁ ତାହା ଜଣାପଡିବ।

ସୂଚନା ଅନୁଯାୟୀ ଗତ ଶନିବାର ଦିନ ଏନସିବି ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢାଉ କରିବା ସହ ସେଠାରୁ ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ଡ୍ରଗ୍ସ ନେଇଥିବା ନେଇ ସ୍ୱୀକାର କରିଥିଲେ । ପ୍ରାୟ ୬ ଘଣ୍ଟା ଜେରା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା। ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Leave a Reply