ଭରତପୁର କାଣ୍ଡ: ଗିରଫ ରୋଡ ରୋମିଓଙ୍କୁ ବେଲ୍
1 min read
ଭୁବନେଶ୍ବର: ଅପରାହ୍ନରେ ଗିରଫ, ସନ୍ଧ୍ଯାରେ ଜାମିନ । ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଗଣ୍ଡଗୋଳ ଘଟଣାରେ ୭ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଜେଏମଏଫସି-୨ କୋର୍ଟ । ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ । କାହିଁକି କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରଶ୍ନର କରିଥିଲେ କୋର୍ଟ । ହେଲେ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇପାରି ନଥିଲେ ଉପସ୍ଥିତ ପୋଲିସ କର୍ମଚାରୀ ।
ଯୁବକମାନଙ୍କ ନାଁରେ ଗାଡ଼ି ଅଟକାଇ ଯୁବତୀଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।