କରୋନା ମୁକାବିଲା ଦିଗରେ ସଫଳତା: ନାଜାଲ ଭାକ୍ସିନ ବ୍ୟବହାରକୁ ମିଳିଲା ଅନୁମତି

1 min read

ନୂଆଦିଲ୍ଲୀ: କୋରନା ମୁକାବିଲା ଦିଗରେ ଭାରତକୁ ମିଳିଲା ଆଉ ଏକ ସଫଳତା । ଭାରତ ବାୟୋଟେକ୍ ଦ୍ୱାରା କୋଭିଡ-୧୯ ବିରୋଧରେ ବିକଶିତ ନାଜାଲ ଭାକ୍ସିନକୁ ଡ୍ରଗ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରି ମିଳିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ଏହାର ଡୋଜ୍ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ।

ଭାକ୍ସିନର ଶେଷ ପର୍ଯ୍ୟାୟ ଟ୍ରାଏଲ ଗତ ମାସରେ ଶେଷ ହୋଇସାରିଛି। ପ୍ରାଇମେରୀ ଡୋର ବ୍ୟତୀତ ଏହାକୁ ସମ୍ପୂର୍ଣ୍ଣଭାବେ ଭାକ୍ସିନେଟେଡ ଲୋକଙ୍କୁ ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀ ମନୁସୁଖ ମାଣ୍ଡଭିୟ ନିଜ ଟ୍ୱିଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ନିଜର ବିଜ୍ଞାନ, ଅନୁସନ୍ଧାନ ଏବଂ ବିକାଶ-ମାନବ ସମ୍ବଳର ଭରପୁର ଉପଯୋଗ କରିଛି ।

ଫେବ୍ରୁଆରୀ ମାସରେ ମୁମ୍ବାଇ ସ୍ଥିତ ଗ୍ଲେନମାକ୍ କରୋନାରେ ଆକ୍ରାନ୍ତ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସାନଟିଜ କମ୍ପାନୀ ସହ ମିଶି ଭାରତରେ ନାଜାଲ ସ୍ପ୍ରେ ଲଞ୍ଚ୍ କରିଥିଲା । କମ୍ପାନୀ ତ୍ୱରିତ ଅନୁମୋଦନ ପ୍ରକ୍ରିଆ ଆଧାରରେ ନିଜର ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ ସ୍ପ୍ରେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ପକ୍ଷରୁ ମାନୁଫାକ୍ଚରିଙ୍ଗ ଏବଂ ମାର୍କେଟିଂର ମଞ୍ଜୁରି ମିଳିଯାଇଛି ।