spot_img

Latest Posts

୨ରୁ ୧୮ ବର୍ଷୀୟ ବର୍ଗଙ୍କ ଉପରେ ଆରମ୍ଭ ହେବ ଭ୍ୟାକ୍ସିନ ଟ୍ରାଏଲ୍, ଏକ୍ସପର୍ଟ ପ୍ୟାନେଲର ସୁପାରିଶ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ଏବେ ଆସିଛି ଆଶ୍ୱସ୍ତୀକର ଖବର । ଶିଶୁ ଓ ନାବାଳକଙ୍କ ଉପରେ ଟିକାର ହେବ କ୍ଲାନିକାଲ ଟ୍ରାଏଲ । ଭାରତ ବାୟୋଟେକ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ସବଜେକ୍ଟ ଏକ୍ସପର୍ଟ ପ୍ୟାନେଲ୍ ସୁପାରିଶ କରିଛି ।

ଦ୍ବିତୀୟ ଓ ତୃତୀୟ ଫେଜ୍ କ୍ଲାନିକାଲ ଟ୍ରାଏଲକୁ ଅନୁମତି ମିଳିଛି। ଏହି ଟ୍ରାଏଲ ଦିଲ୍ଲୀ ଓ ପାଟନାର ଏମ୍ସ ଓ ନାଗପୁର ସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟରେ ହେବ । ଟ୍ରାଏଲ ସଫଳ ହେଲେ ୨ରୁ ୧୮ ବର୍ଷର ବର୍ଗଙ୍କୁ ମିଳିବ ଟିକା । ତେବେ  ମହାରାଷ୍ଟ୍ରର ମେଦିତ୍ରିନା ମେଡିକାଲ କଲେଜରେ ବି ହେବ ଏହି ଟ୍ରାଏଲ୍। ଏହି କ୍ଲିନିକାଲ ଟ୍ରାଏଲ ୫୨୫ ସ୍ବେଚ୍ଛାସେବୀଙ୍କୁ ଉପରେ କରାଯିବ ବୋଲି ସୂଚନା ମିଳିଛି।

କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସଇଓ)ର ବିଶେଷଜ୍ଞ କମିଟି ମଙ୍ଗଳବାର ଦିନ ଭାରତ ବାୟୋଟେକ୍ ତରଫରୁ  ୨ ରୁ ୧୮ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ନିରାପତ୍ତା, ପ୍ରଭାବ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବା  ସମ୍ପର୍କରେ କରାଯାଇଥିବା ଆବେଦନ ଉପରେ ବିଚାର ବିମର୍ଶ କରିଥିଲେ। ଏହାବ୍ୟତୀତ ଅନ୍ୟାନ୍ୟ ଜିନିଷଗୁଡିକର ମୂଲ୍ୟାଙ୍କନ ପାଇଁ ପରୀକ୍ଷଣର ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟକୁ ଅନୁମତି ଦେବାକୁ ମଧ୍ୟ ବିଶେଷଜ୍ଞ ଟିମ୍ ପାଖରେ ଅନୁରୋଧ କରାଯାଇଥିଲା।

ଆଇସିଏମଆର ଏବଂ ଭାରତ ବୟୋଟେକ୍ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ଟିକାକୁ ନେଇ ଏହି ପରୀକ୍ଷଣ କରାଯିବ । ପରୀକ୍ଷଣ ସମୟରେ ସୁରକ୍ଷା ଏବଂ ପ୍ରଭାବକୁ ଗୁରୁତ୍ବ ଦିଆଯିବ । ପୂର୍ବରୁ ଫେବ୍ରୁଆରୀ ମାସରେ ପିଲାଙ୍କ ଉପରେ ଏହି ଟ୍ରାଏଲ୍ ନେଇ ପ୍ରସ୍ତାବ ରହିଥିଲା । ଫେବ୍ରୁଆରୀ ୨୪ରେ ବିସ୍ତୃତ କ୍ଲିନିକାଲ ଟ୍ରାଏଲ ପ୍ରୋଟକଲ ଉପସ୍ଥାପନ ପାଇଁ କୁହାଯାଇଥିଲା ।

ସେପଟେ ଆମେରିକାରେ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ଫାଇଜର ଟିକା ଟ୍ରାଏଲ କରାଯିବ । ଏନେଇ ଆମେରିକା ସରକାର ଅନୁମତି ପ୍ରଦାନ କରିଛନ୍ତି । ଗତ ଏପ୍ରିଲ ମାସରେ ବିଶ୍ବବ୍ୟାପୀ ୨୪ ପ୍ରତିଶତ ପିଲା କରୋନାରେ ସଂକ୍ରମିତ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି ।

Latest Posts

Don't Miss