କୋଭାକ୍ସିନର ନିରାପଦକୁ ନେଇ ବିରୋଧିଙ୍କ ପ୍ରଶ୍ନ, ୨୦୦ ପ୍ରତିଶତ ଗ୍ୟାରେଣ୍ଟି ଦେଲେ କମ୍ପାନୀ ମୁଖ୍ୟ

ନୂଆଦିଲ୍ଲୀ : ବର୍ଷ ଆରମ୍ଭରୁ ଭାରତକୁ ମିଳିଛି ଆସ୍ୱସ୍ତି । ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଅନୁମତି ଦେଇଛି ଡିସିଜିଆଇ । କିନ୍ତୁ ଏହାକୁ ନେଇ ଦେଶରେ ରାଜନୀତି ଜୋର ଧରିଥିବାବେଳେ ଟିକାର ପରିଣାମକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛନ୍ତି ବିରୋଧି ରାଜନୈତିକ ଦଳ । ଏପରିସ୍ଥଳେ ମୁହଁ ଖୋଲିଛନ୍ତି କମ୍ପାନୀ ମୁଖ୍ୟ କୃଷ୍ଣା ଏଲ୍ଲା ।

ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଏଲ୍ଲା କହିଛନ୍ତି, କୋଭାକ୍ସିନ ୨୦୦ ପ୍ରତିଶତ ନିରାପଦ । ଏହା କେବଳ ଭାରତରେ ବ୍ୟବହାର ହେଉନାହିଁ । ବଂର ଏହା ସହିତ ବିଶ୍ୱର ୧୨ଟି ଦେଶରେ କମ୍ପାନୀ ଟିକା ପରୀକ୍ଷା କରିଛି । ପାକିସ୍ତାନ, ନେପାଳ, ବାଲାଂଦେଶ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହାଦର କ୍ଲିନିକାଲ ଟ୍ରାଏଲ କରାଯାଇଛି ।

ରବିବାର ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କିନ୍ତୁ ବଡକଥା ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ୱାରା ବିକଶିତ ଟିକା କୋଭିସିଲ୍ଡର ବ୍ୟବହାରକୁ ନେଇ କେହି ପ୍ରଶ୍ନ କରିନାହାଁନ୍ତି । କିନ୍ତୁ ଭାରତୀୟ କମ୍ପାନୀ କୋଭାକ୍ସିନକୁନେଇ ପ୍ରଶ୍ନ କରିଛନ୍ତି ବିପକ୍ଷ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ।

ଏହି ସମସ୍ତ ଘଟଣାକୁ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି କମ୍ପାନୀ ନିର୍ଦେଶକ । ସେ କହିଛନ୍ତି ଏହାକୁ ନେଇ ରାଜନୀତି ନହେଉ । କମ୍ପାନୀ ପ୍ରସ୍ତୁତ କରିଥିବା ଟିକାକୁ ଜରୁରୀକାଳୀନ ପରିକ୍ଷଣ ପାଇଁ ଅନୁମତି ମିଳିଛି । ଏହାର କୈଣସି ପାର୍ଶ୍ୱପ୍ରତିକ୍ରିୟା ଘଟିବ ନାହିଁ । ୨୦୦ ପ୍ରତିଶତ ଗ୍ୟାରେଣ୍ଟି କମ୍ପାନୀ ଦେବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାଓଟେକ୍ ମୁଖ୍ୟ ।

Leave a Reply