କୋଭାକ୍ସିନ୍ ଟିକା ନେବା ପରେ ଛୁଆଙ୍କୁ ଦିଅନ୍ତୁ ନାହିଁ ପେନ୍ କିଲର୍

Bharat Biotech Advises Do Not Take Paracetamol Or Painkillers After Getting Vaccine

ନୂଆଦିଲ୍ଲୀ: ଟିକା ନେବା ପରେ ଛୁଆଙ୍କୁ ଦିଅନ୍ତୁ ନାହିଁ ପେନ୍ କିଲର୍ କିମ୍ବା ପାରାସିଟାମଲ୍ । ଭାରତ ବାୟୋଟେକ ଏନେଇ ମାର୍ଗଦର୍ଶିକା ଜାରି କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି, କୋଭାକ୍ସିନ୍ ଟିକା ନେବା ପରେ ପାରାସିଟାମଲ୍ କିମ୍ବ କୌଣସି ପେନ୍ କିଲରର ଆବଶ୍ୟକତା ନାହିଁ । ସୂଚନା ଅନୁସାରେ, ଟିକାକରଣ ପରେ କେତେକ କେନ୍ଦ୍ରରେ ଛୁଆଙ୍କୁ ପାରାସିଟାମଲ୍ ଦେବାକୁ କୁହାଯାଉଛି । ତେବେ ଔଷଧ ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବା ଉଚିତ୍ ବୋଲି କହିଛି ଭାରତ ବାୟୋଟେକ୍ ।

Bharat Biotech Advises Do Not Take Paracetamol Or Painkillers After Getting Vaccine

ଭାରତ ବାୟୋଟେକ୍ କହିଛି, ଆମକୁ ସୂଚନା ମିଳିଛି ଅନେକ ଟିକାକରଣ କେନ୍ଦ୍ରରେ ଛୁଆଙ୍କୁ କୋଭାକ୍ସିନ୍ ସହିତ ୫୦୦ ଏମଜିର ତିନୋଟି ପାରାସିଟାମଲ୍ ଦେବାକୁ କୁହାଯାଇଛି । କିନ୍ତୁ ଟିକା ନେବା ପରେ ଛୁଆଙ୍କୁ କୌଣସି ପେନ୍ କିଲର କିମ୍ବା ପାରାସିଟାମଲ୍ ଦିଅନ୍ତୁ ନାହିଁ ।

୩୦ ହଜାର ଲୋକଙ୍କ ଉପରେ ପ୍ରଥମେ କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିଲା । କୋଭାକ୍ସିନ୍ ଟିକା ନେବା ପରେ ମାତ୍ର ୧୦ରୁ ୫୦ ପ୍ରତିଶତ ଲୋକ ପାର୍ଶ୍ୱ ପ୍ରତିକ୍ରିୟା ନେଇ ସୂଚନା ଦେଇଥିଲେ । ସେଥିମଧ୍ୟରୁ ଅଧିକାଂଶଙ୍କୁ କମ୍ ଯନ୍ତ୍ରଣା ହୋଇଥିଲା । ଯାହାକି ଦିନେ ଦୁଇ ଦିନରେ ସମ୍ପୂର୍ଣ୍ଣ ଠିକ୍ ହୋଇ ଯାଇଥିଲା । କୌଣସି ଔଷଧର ଆବଶ୍ୟକତା ପଡ଼ି ନଥିଲା ।

Leave a Reply