ଉପନିର୍ବାଚନରେ ଭାପୁର ବ୍ଲକରେ ବିଜେଡିର ବାଜିମାତ
1 min read
ନନ୍ଦିଘୋଷ ବ୍ୟୁରୋ: ଉପନିର୍ବାଚନରେ ଭାପୁର ବ୍ଲକରେ ବିଜେଡିର ବାଜିମାତ । ପୁଣି ଥରେ ଅଧ୍ୟକ୍ଷା ପଦ ହାତେଇଲେ ସାବିତ୍ରୀ ପ୍ରଧାନ l ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସାବିତ୍ରୀ ପ୍ରଧାନ । ସାବିତ୍ରୀଙ୍କୁ ମୋଟ ୨୦ ଜଣରୁ ୧୬ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଛି । ଅନ୍ୟ ୪ ଜଣ ସମିତିସଭ୍ୟ ଅନୁପସ୍ଥିତ ଥିଲେ । ଗତ ନିର୍ବାଚନରେ ସାବିତ୍ରୀ ପ୍ରଧାନ ବିଜେଡ଼ି ପକ୍ଷରୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଥିଲେ l ଭାପୁର ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ ଗତ ବିଧାନ ସଭା ନିର୍ବାଚନରେ ବିଜେଡ଼ି ଟିକେଟରେ ପ୍ରାର୍ଥୀ ହେବା ପରେ ସେ ବିଧିବଦ୍ଧ ଭାବେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।