ଅମାନୁଷିକ ଭାବେ ଚାଲାଣ ବେଳେ ଗୋରୁ ବୋଝେଇ ୫ ଗାଡ଼ି ଜବତ
1 min read
ଭଦ୍ରକ: ଥମୁନି ଗୋ-ଚାଲାଣ । ଅମାନୁଷିକ, ଅତି ନିର୍ଦ୍ଦୟ ଭାବେ ଗାଈଗୋରୁଙ୍କୁ ଗାଡ଼ିରେ ଲଦି ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ୫ଟି ପିକଅପ୍ ଭ୍ୟାନରେ ଶହେରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଚାଲାଣ ବେଳେ ଧରିଛି ଭଣ୍ଡାରିପୋଖରୀ ପୋଲିସ । ୧୬ ନମ୍ବର ଜାତୀୟ ରାଜପଥରେ ଚେକିଂ ବେଳେ ଯାଞ୍ଚ ପାଇଁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ପୋଲିସ । ଗୋରୁ ବୋଝେଇ ଗାଡ଼ି ଗୁଡ଼ିକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ ଜଣେ ହେଲପର ସୁଲତାନ ଖାଁକୁ ଗିରଫ କରିଛି ।
୫ଟି ପିକଅପ୍ ଭ୍ୟାନରେ ୧୧୦ରୁ ଅଧିକ ଗାଈଙ୍କୁ କୋଲକାତାର ମଇତାପୁର ନିଆଯାଉଥିଲା । ଗୋଟିଏ ପିକଅପରେ ୨୦ରୁ ଅଧିକ ଗୋରୁଙ୍କୁ ଲଦାଲଦି କରି ଛିଡ଼ା କରାଯାଇଥିଲା । ୩ରୁ ୪ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଆହାତ ହୋଇଥିବା ଜଣାପଡ଼ିଛି । ପୋଲିସ ଗୋରୁଭର୍ତ୍ତି ଗାଡ଼ିକୁ ଜବତ କରିବା ସହ ସେଥିରୁ ଗାଈଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।