ଭଗବାନଙ୍କ ନାଁରେ ଭୋଟ୍ ନେଉଛନ୍ତି, ହେଲେ ଭକ୍ତି ନାହିଁ : ଭକ୍ତ ଚରଣ ଦାସ

ନନ୍ଦିଘୋଷ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସି ପଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଲିଙ୍ଗରାଜ ଅଘଟଣର ଶ୍ୱେତପତ୍ର ଜାରି କରନ୍ତୁ ସରକାର । ସରକାର ଭଗବାନଙ୍କ ନାଁରେ ଭୋଟ୍ ନେଉଛନ୍ତି । ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ପ୍ରଥମେ ବଡ଼ ଠାକୁର ପଡ଼ିଗଲେ । ହେଲେ ଆଜି ଯାଏ ତାହା କେଉଁଠି ପାଇଁ ଘଟିଲା ତାହା ଜଣାପଡ଼ିଲା ନାହିଁ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ପଡ଼ିଗଲା । କେଉଁ ଅଭାବରୁ ଏପରି ଅଘଟଣ ଘଟିଲା । ସରକାର କାହିଁକି ଯତ୍ନବାନ ହେଲେ ନାହିଁ । କାହିଁକି ଅବହେଳା କଲେ ସରକାର ? ଏ ଘଟଣାରେ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛନ୍ତି ଭକ୍ତ ଚରଣ ଦାସ । ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଏସବୁର ସମୀକ୍ଷା କଲେ କି ? ଓଡ଼ିଶାର ଦୁଇଟି ବଡ ମନ୍ଦିରରେ ଏପରି ଘଟଣା ଘଟିଲା । ସରକାର ଯତ୍ନବାନ ହେବା କଥା । ଭିଆଇପି ଭିଡ଼ କାହିଁକି ଏତେ ହେଲା । ସରକାର ଏତେ ଭିଆଇପି ସୃଷ୍ଟି କରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ।