ରାସ୍ତା ଉପରେ ଭାଇଗିରି ମହଙ୍ଗା ପଡ଼ିଲା; ୨ ଜଣଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ୱର: ରାସ୍ତା ଉପରେ ମହଙ୍ଗା ପଡିଛି ଭାଇଗିରି । ଭୁବନେଶ୍ବରରେ ବସ୍‌ ଭଙ୍ଗାରୁଜା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣ ଅଭିଯୁକ୍ତ ବସ ଭାଙ୍ଗିବା ସହ ପିଲାଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ସହିଦନଗର ଥାନାର ଦ୍ୱାରସ୍ଥ ହୋଇଥିଲେ ଅବିଭାବକ । ଇନଷ୍ଟା ରିଲ୍‌ସ କରୁଥିବା ବେଳେ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହୋଇଥିଲା । ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗ୍ୟାଙ୍ଗ୍‌ ଲିଡର ରାଜା ଫେରାର ହୋଇଯାଇଛି । ରାଜାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ ।