ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭଗଓ୍ୱନ୍ତ ମାନ୍

1 min read

ଚଣ୍ଡିଗଡ଼: ପଞ୍ଜାବରେ ‘ଆପ୍’ରାଜ୍ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଭଗଓ୍ୱନ୍ତ ମାନ୍ । ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ପ୍ରଚଣ୍ଡ ବିଜୟ ପରେ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭଗଓ୍ୱନ୍ତ ମାନ୍‌ । ଶପଥ ଗ୍ରହଣ ଉତ୍ସବ ପାଇଁ ଆଜି ସହିଦ ଭଗତ ସିଂହ ଖଟକରଠାରେ ଆୟୋଜିତ ହୋଇଥିଲା ଭବ୍ୟ ସମାରୋହ । ଏହି ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମି ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଭଗଓ୍ୱନ୍ତ ମାନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ଆଜି କେବଳ ଭଗଓ୍ୱନ୍ତ ମାନ ଶପଥ ନେଇଥିଲ । ଭଗଓ୍ୱନ୍ତଙ୍କ କ୍ୟାବିନେଟର ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ ।

ସୂଚନା ଅନୁସାରେ ଚଳିତ ନିର୍ବାଚନରେ ପଞ୍ଜାବର କ୍ଲିନ୍ ସୁଇପ କରିଥିଲା ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ଆସନରୁ ୯୨ଟି ଆସନରେ ବିଜୟ ଲାଭ କରିଥିଲା ଆମ୍ ଆଦମୀ ପାର୍ଟି ।