ନିଜ ଦଳକୁ ନେବାକୁ ପଞ୍ଜାବରେ ବିଜେପି ବାଣ୍ଟୁଛି ଟଙ୍କା

ଲୁଧିଆନା: ୨୦୨୩ରେ ପଞ୍ଜାବ ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ରାଜ୍ୟ ରାଜନୀତି ଚରମ ସୀମାରେ ପହଞ୍ଚିଛି । ପଞ୍ଜାମ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଘମାସାନ ଲାଗିଥିବା ବେଳେ ବିଜେପି ବି ପଛରେ ପଡିନାହିଁ । ହେଲେ ପଞ୍ଜାବରେ ଅସ୍ତିତ୍ବ ନଥିବା ବିଜେପି ସେଠାରେ ପଦ୍ମ ଫୁଟାଇବାକୁ ତଳରୁ ତଳ ସ୍ତରକୁ ଯିବାକୁ ମଧ୍ୟ ପଛାଉ ନାହିଁ । ନିର୍ବାଚନକୁ ବର୍ଷରୁ ଅଧିକ ସମୟ ଥିବେ ବେଳେ ବିଜେପି ଆରମ୍ଭ କରି ଦେଇଛି ଘୋଡ଼ା ବେପାର । ଅନ୍ୟ ଦଳର ହେବିଓ୍ବେଟ୍ ନେତାଙ୍କୁ ନିଜ ଦଳକୁ ନେବାକୁ ଅଆର କରୁଛି ମୋଟା ଅଙ୍କର ଟଙ୍କା । ଏମିତି ଅଭିଯୋଗ ଆଣିଛନ୍ତି ପଞ୍ଜାବ ଆପ ମୁଖ୍ୟ ତଥା ସାଂସଦ ଭଗଓ୍ବନ୍ତ ମାନ ।

ବିଜେପିର ଜଣେ ବରିଷ୍ଠ ନେତା ତାଙ୍କୁ ଦଳରେ ସାମିଲ ହେବାକୁ ଟଙ୍କା ଅଫର କରିଥିବା ସେ ଅଭିଯୋଗ କରିଛନ୍ତି । ଭଗଓ୍ବନ୍ତଙ୍କ ଏପରି ବୟାନ ଆସିବା ପରେ ରାଜ୍ୟ ରାଜନୀତି ଆହୁରି ଉଷ୍ମ ହୋଇଯାଇଛି । ସେ କହିଛନ୍ତି, ‘ବିଜେପିର ଜଣେ ବରିଷ୍ଠ ନେତାଙ୍କ ଫୋନ୍ କଲ୍ ମୋ ପାଖକୁ ଆସିଥିଲା । ବିଜେପିରେ ସାମିଲ ହେବାକୁ ସେ ମୋତେ ଅଫର୍ କରିଥିଲେ । ଏହା ବଦଳରେ ଟଙ୍କା ସହ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବ ବୋଲି କହିଥିଲେ ।’

ବିଜେପିର ଏମିତି ଅଫରକୁ ପ୍ରତ୍ୟାଖାନ କରିବା ସହ ନିନ୍ଦା କରିଛନ୍ତି ଭଗଓ୍ବନ୍ତ । ସେ କହିଛନ୍ତି ‘ମୁଁ ନୋଟ୍ ନୁହେଁ, ବିକ୍ରି ହୋଇଯିବି । ମୁଁ କମିଶନ୍ ନୁହେଁ ଏବେ ମିଶନ ମୋଡରେ ରହିଛି ।’ ଭଗଓ୍ବନ୍ତଙ୍କ ଏଭଳି ବୟାନ ପରେ ବିଜେପିକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପଞ୍ଜାବ ଆପ୍ ପ୍ରଭାରୀ ରାଘବ ଚଡ୍ଡ ।

Leave a Reply