spot_img

Latest Posts

କୁକୁର ମୁହଁରୁ ରୁଟି ଛଡ଼ାଇ ପିଲାର ଭୋକ ମେଣ୍ଟାଇଲା ମାଆ, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭାଗଲପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଏପ୍ରିଲ 14 ପର୍ଯ୍ୟନ୍ତ ଲକ୍ ଡାଉନ କରି ଦିଆଯାଇଛି। ଏହି ନିଷ୍ପତ୍ତି ହେତୁ ଲୋକମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ନିଜ ଘରେ ବନ୍ଦି ହୋଇ ରହିଛନ୍ତି । ସଂକ୍ରମଣରୁ ଯେପରି ରୋକାଯାଇପାରିବ ସେଥିପାଇଁ ସରକାର ଘରୁ ବାହାରକୁ ନଆସିବାକୁ ଲୋକଙ୍କୁ ନିବେଦନ ମଧ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଗରିବ ଲୋକ ଭୋକ ବିକଳରେ ଆଉଟ ପାଉଟ ହେଉଛନ୍ତି ।

ବିହାରର ଭାଗଲପୁରରୁ ଏହିପରି ଦୁଇଟି ଅନାହାରର ଚିତ୍ର ଦେଖିବାକୁ ମିଳିଛି । ଲକଡାଉନ୍ ପାଇଁ ସବୁଆଡ଼େ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି  । ଏବେ ପଶୁ ମଣିଷ ପ୍ରାୟ ସମାନ ହୋଇଯାଇଛନ୍ତି  ।

कोरोना का कहर: महिला ने कुत्ते से छीनी रोटी, 3 दिन तक बच्चियां रहीं भूखी

ଭାଗଲପୁରର ରାସ୍ତା କଡ଼ରେ ଗୋଟିଏ ଖଣ୍ଡ ରୁଟି ପଡ଼ିଥିଲା ଯାହାକୁ ଗୋଟିଏ କୁକୁର ଖାଇବା ପାଇଁ ସେଠାରେ ପହଞ୍ଚିବା ମାତ୍ରେ ସେଠାରେ ଦୁଇଜଣ ମହିଳା ଆସନ୍ତି । ଏବଂ ଉଭୟ ମହିଳା କୁକୁରଟିକୁ ସେଠାରୁ ଘଉଡ଼ାଇ ଦେଇ ସେହି ରୁଟି ଖଣ୍ଡ ଉଠାନ୍ତି ।

कोरोना का कहर: महिला ने कुत्ते से छीनी रोटी, 3 दिन तक बच्चियां रहीं भूखी

ଏହି ପୂରା ଘଟଣା ନିକଟରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା | ଏହି ଭିଡିଓ ଦେଖିଥିବା ବ୍ୟକ୍ତି ନିଜକୁ ସମ୍ଭାଳିବା ହୁଏତ କଷ୍ଟକର । କାରଣ ଗରିବଙ୍କ ପାଇଁ ଖାଦ୍ୟ ସଙ୍କଟ ବଢିବାରେ ଲାଗିଲାଣି । ଯଦି ଏମିତି ଭିଡ଼ିଓ ସାମ୍ନାକୁ ନଆସି ଥାନ୍ତା ହୁଏତ ଆମେ ଏହା ପ୍ରତି କେବେ ଦୃଷ୍ଟି ପକାନ୍ତୁନି ।

ଏଥି ସହିତ, ଅନାହାରର ଦ୍ୱିତୀୟ କାହାଣୀ ମଧ୍ୟ ଭାଗଲପୁରରୁ ଆସିଛି, ଯେଉଁଠାରେ ତିନି ଅନାଥ ଭଉଣୀଙ୍କ ଭୋକ ମେଣ୍ଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି ।

कोरोना का कहर: महिला ने कुत्ते से छीनी रोटी, 3 दिन तक बच्चियां रहीं भूखी

କରୋନା ପାଇଁ ପୂରା ଦେଶରେ ଲକ୍ ଡାଉନ୍, ଏବଂ ଏହି ପରିସ୍ଥିତି ଭାଗଲପୁରର କିଛି ଗରିବ ପରିବାରର ଏବେ ଜୀବିକା ଛଡ଼ାଇ ନେଇଛି । ଏକ ଅନାଥ ପରିବାରର ତିନି ଭଉଣୀ ନିଜକୁ ଖାଇବାକୁ ଅନ୍ୟମାନଙ୍କ ଘରେ କାମ କରୁଥିଲେ । ଏବଂ ଲକ୍ ଡାଉନ୍ ଯୋଗୁଁ ସେମାନଙ୍କର କାମ ହୋଇପାରୁ ନାହିଁ ଏବଂ ସେହି ତିନି ଭଉଣୀ ଅନାହାରରେ ନିଜ ଘରେ ପଡ଼ି ରହିଛନ୍ତି ।

कोरोना का कहर: महिला ने कुत्ते से छीनी रोटी, 3 दिन तक बच्चियां रहीं भूखी

ତିନି ଦିନ ଭୋକ ଲାଗିବା ପରେ ତିନି ଭଉଣୀ କାହାକୁ ସାହାଯ୍ୟ ମାଗି ପାରିବେ କିଛି ବୁଝି ପାରିଲେ ନଥିଲେ । ଏହି ସମୟରେ ସେ ଖବରକାଗଜରେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ନମ୍ବର ଦେଖିଥିଲେ । ବଡ ଭଉଣୀ ଗୀତା ସେହି ନମ୍ବରକୁ ଫୋନ କରି ଅଧିକାରୀମାନଙ୍କୁ ତିନି ଦିନ ଭୋକରେ ରହିବାକୁ ସୂଚନା ଦେଇଥିଲେ।

ଏବଂ ପିଏମଓ, ସ୍ଥାନୀୟ ପ୍ରଶାସନକୁ ଡାକିବା ପରେ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଭାଗଲପୁରର ଜଗଦୀଶପୁର ଜୋନର ସିଓ ତୁରନ୍ତ ବିପର୍ଯ୍ୟୟ ବିଭାଗକୁ ସୂଚନା ଦେଇଥିଲା, ପରେ ଅଧିକାରୀମାନେ ରାସନ-ଖାଦ୍ୟ ନେଇ ତିନି ଭଉଣୀଙ୍କ ଘରେ ଦେଇ ଆସିଥିଲେ।

Latest Posts

Don't Miss