ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ

ଭଦ୍ରକ : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଚଣ୍ଡୀମାଆ ପଡ଼ିଆ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ମଣିନାଥପୁର ଗାଁର ତପସ୍ବିନୀ ଦାସ । ସେ ଏକ ବର୍ଷ ପୂର୍ବରୁ ନପଙ୍ଗ ଗାଁର ସିପୁନ ଦାସଙ୍କୁ ବିବାହ କରିଥିଲେ । ସିପୁନ ପୂର୍ବରୁ ବିବାହ କରିଥିବା ବେଳେ ତପସ୍ବିନୀଙ୍କୁ ଭଲ ପାଇ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରେ ତପସ୍ବିନୀଙ୍କୁ ସିପୁନ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ତପସ୍ବିନୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ହଠାତ ଆଜି ସକାଳୁ ନପଙ୍ଗ ଚଣ୍ଡୀମାଆ ପଡ଼ିଆ ନିକଟରୁ ତପସ୍ବିନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାଖରେ ଗୋଟିଏ ସ୍କୁଟି ଥିଲା । ଖବର ପାଇଁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତପସ୍ବିନୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।