ଚାଲିଥିଲା ଜାଲ ସାର୍ଟିଫିକେଟ ତିଆରି, ଖବର ପ୍ରସାରଣ ପରେ ପ୍ରଶାସନର ଆକ୍ସନ

1 min read

ଭଦ୍ରକ: ଜାଲିଆତି କରି ଦୀର୍ଘଦିନ ହେବ ଜାଲ ସାର୍ଟିଫିକେଟ ତିଆରି କରୁଥିଲେ  ।  ଡାଟା ଏଣ୍ଟ୍ରି ନାମରେ ଚଳାଇଥିଲେ କଳା କାରନାମା  । ଏହି ଘଟଣା ସମ୍ବନ୍ଧରେ ସମସ୍ତ ତଥ୍ୟ ଜାଣିବା ପରେ ନନ୍ଦିଘୋଷ ଟିଭି ଏହି ଖବର ପ୍ରସାରଣ କରିଥିଲା  । ଫଳରେ ଆଜି ମାଜିଷ୍ଟ୍ରେଟଙ୍କ ସହ ବାସୁଦେବପୁର ଥାନା ଅଧିକାରୀ ଡାଟା ଏଣ୍ଟ୍ରି ସେଣ୍ଟରର ମାଲିକ ମଣ୍ଟୁ ସାମଲଙ୍କ ବାସଭବନରେ ଚଢାଉ କରିଥିଲେ ।

ତେବେ ମଣ୍ଟୁଙ୍କ ଘରେ ପୋଲିସ ଚଢାଉ କରି କାଗଜ ପତ୍ର ସହ CPU ଜବତ କରିଛି । ପିଲାଙ୍କ ଭବିଷ୍ୟତ ସହ ଖେଳି ନକଲି ସାର୍ଟିଫିକେଟ ତିଆରି ଚାଲିଥିବା ବେଳେ ବିଭିନ୍ନ ସାର୍ଟିଫିକେଟର ଦାମ ମଧ୍ୟ ଅଲଗା ଥିବା ଖବର ପ୍ରସାରଣ ହୋଇଥିଲା । ତେବେ ଜାଲ ସାର୍ଟିଫିକେଟ କାରବାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସଫେଇ ଦେଇଛନ୍ତି ମଣ୍ଟୁ ସାମଲ । ଘଟଣାରେ ତହସିଲଦାର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  ।

Leave a Reply