ପଶ୍ଚିମବଙ୍ଗରୁ ଫେରି ମାନିଲେନି କଟକଣା, ପୋଲିସ ଦାୟର କଲା FIR

ଭଦ୍ରକ: ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ନମାନିବା ମହଙ୍ଗା ପଡିଛି । ପଶ୍ଚିମବଙ୍ଗରୁ ଫେରି କଟକଣା ନମାନିବାରୁ ଭଦ୍ରକ ଜିଲ୍ଲା ଚରମ୍ପା ଥାନାରେ ଦାୟର ହୋଇଛି ମାମଲା । ସୂଚନା ମୁତାବକ ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓଡିଶା ଫେରିଥିବା ବେଳେ ପ୍ରଶାସନ ଜାରି କରିଥିବା କ୍ୱାରେଣ୍ଟାଇନ ନିର୍ଦ୍ଦେଶକୁ ପାଳନ କରିନଥିଲେ । ସେପଟେ ଚରମ୍ପା ଷ୍ଟେସନରେ ଓହ୍ଲାଇ ପଳାୟନ କରିଥିବା  ଉକ୍ତ ତିନି ବ୍ୟକ୍ତିଙ୍କ ନାମରେ ଏଫଆଇଆର ଦାୟର କରିଛି ଭଦ୍ରକ ପୋଲିସ ।

ଗୋଟେପଟେ ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ପିକରେ ରହିଥିବା ବେଳେ ଓଡିଶା ସରକାର ସତର୍କତା ସୂଚନା ଜାରି କରିବା କିଛି କଟକଣା ମଧ୍ୟ ଲଗାଇଛନ୍ତି । ୧୪ ଦିନିଆ କ୍ୱାରେଣ୍ଟାଇନ ବ୍ୟବସ୍ଥା ସହିତ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ପରେ ସରକାର ଏହି କ୍ୱାରେଣ୍ଟାଇନ ଅବଦ୍ଧିକୁ କୋହଳ କରିବା ସହ ୭ ଦିନକୁ କମାଇଥିଲେ । ଏହା ପରେ ମଧ୍ୟ କିଛି ଅମାନିଆ ନିୟମ ମାନିବାକୁ ନାରାଜ ।

ଏଭଳି ଘଟଣା ଆଜି ଭଦ୍ରକରେ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଟ୍ୱିଟର ଯୋଗେ ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି । ତିନି ଜଣ ବ୍ୟକ୍ତି କୋଭିଡ ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିବାରୁ ସେମାନଙ୍କ ନାମରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି ।

Leave a Reply