ଶ୍ରମିକଙ୍କ ଦୁଃଖ ବୁଝିଲେ, ମୁଣ୍ଡରେ ପଗଡି ବାନ୍ଧି ମାଟି ବୋହିଲେ ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୂଦନ

ଭଦ୍ରକ: ମୁଣ୍ଡରେ ପଗଡି ବାନ୍ଧି ଝୁଡ଼ି ସାହାଯ୍ୟରେ ମାଟି ବୋହିଲେ ଭଦ୍ରକ ପିଡି । ଶ୍ରମିକମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଦିନ ମଜୁରିଆଙ୍କ ସହ କାମ କରିଲେ ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୂଦନ ଦାସ । ଦିନକୁ ଦିନ କୁତ୍ରିମ ମେସିନର ଚାହିଦା ବଢୁଥିବାରୁ ଗରିବ ଖଟିଖିଆଙ୍କ ପାଇଁ ଦୁଇ ଓଳି ଦୁଇମୁଠା ଖାଦ୍ୟ ପାଇବା କଷ୍ଟକର ହୋଇପଡ଼ୁଛି । ମଣିଷ ସ୍ଥାନରେ ମେସିନର ବ୍ୟବହାର ଖଟିଖିଆଙ୍କ ପାଟିରୁ ଦାନ ଛଡ଼ାଇ ନେଇଉଛି । ଶ୍ରମିକମାନଙ୍କ ଏଭଳି ଦୁଃଖକୁ ଅଙ୍ଗେ ନିଭେଇଛନ୍ତି ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୂଦନ ଦାସ । ଆଉ ମେସିନରେ କାର୍ଯ୍ୟ ହେଉଥିବାରୁ ପିଡ଼ି ଅସନ୍ତେଷ ବ୍ୟକ୍ତ କରିବା ସହ ନିଜେ କୋଦାଳ ଧରି ମାଟି ହାଣିଛନ୍ତି ।  ଭଦ୍ରକ ଧାମରା ପଞ୍ଚାୟତର ଝାଡକଟା ଗ୍ରାମରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।

ଏମଜିଏନଆରଜିଏସ ପ୍ରକଳ୍ପରେ ଧାମରା ଝାଡ଼କଟା ଅଞ୍ଚଳରେ ଶ୍ରମିକ ମାନେ କାମ କରୁଥିଲେ, କିନ୍ତୁ ଏବେ ମେସିନ ମାଧ୍ୟମରେ ଏମଜିଏନଆରଜିଏସ ପ୍ରକଳ୍ପ କାର୍ଯ୍ୟ ଗୁଡିକ ହେଉଥିବା ପିଡିଙ୍କ ନଜରକୁ ଆସିଥିଲା । ଏହାକୁ ଦେଖି ପିଡି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ପ୍ରକଳ୍ପରେ କିପରି ସ୍ୱଚ୍ଛତା ଆଣିହେବ ଶ୍ରମିକ ମାନେ କିପରି ନିଜେ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରିବା ସହ ଏହାକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ପିଡି ନିଜେ ଗାଁକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରିଛନ୍ତି ।

ପିଡି ନିଜେ କୋଦାଳରେ ମାଟି ହାଣିବା ସହ ଝୁଡ଼ି ସାହାଯ୍ୟରେ ମୁଣ୍ଡ ଉପରେ ମାଟି ବୋହି ରାସ୍ତା ବାନ୍ଧିଛନ୍ତି । ପିଡିଙ୍କ ଏଭଳି କାର୍ଯ୍ୟ ଦେଖି ଚାନ୍ଦବାଲି ବିଡ଼ିଓ ମଧ୍ୟ ମାଟି ହାଣୁଥିବାର ଚିତ୍ର ସାମ୍ନା କୁ ଆସିଛି । ଫଳରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି ।

Leave a Reply