ଲଜ୍ଜା:୧୪ ବର୍ଷିୟା ଛାତ୍ରୀ ସହ ଶିକ୍ଷକଙ୍କ ଅସଦାଚରଣ: ଥାନାରେ ମାମଲା ରୁଜୁ

ଭଦ୍ରକ: ସେପ୍ଟେମ୍ବର ୧୧ ତାରିଖ ଭାରତ ସମେତ ସାରା ପୃଥିବୀ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ପାଳନ କରୁଥିବାବେଳେ, ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅନ୍ତର୍ଗତ ମହାନ୍ତି ସାହି ହିନ୍ଦୁ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ସେକ୍ ଅବଦୁଲ କାଲାମ ଛାତ୍ରୀକୁ ଅସଦାଚରଣ କରି ଜେଲ ଯାଇଛନ୍ତି । ହିନ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସୋମବାର ପୋଷାକ ବିତରଣ କରାଯାଇଥିବାରୁ ଛାତ୍ରୀଙ୍କ ସହିତ ଏହି ୧୪ ବର୍ଷିୟା ନାବାଳିକା ସ୍କୁଲକୁ ଯାଇଥିଲେ ।

ସେହି ସମୟରେ ଅନ୍ୟ ଏକ କୋଠରୀରେ ଶିକ୍ଷକ ସେକ୍ ଅବଦୁଲ କାଲାମ ତାକୁ ଡାକିଥିଲେ । କୋଠରୀ ଭିତରେ କୁଣ୍ଢାଇ ପକାଇ ଅସଦାଚରଣ କରିଥିଲେ । ଝିଅଟି ଧକ୍କା ଦେଇ ଦୌଡ଼ି ପଳାଇ କାନ୍ଦି କାନ୍ଦି ତା’ର ମା’କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଧାମନଗର ଥାନା ଆଇଆଇସି ପ୍ରଦୀପ ମହନ୍ତ ପହଞ୍ଚି ଅଭିଯୁକ୍ତ ଶିକ୍ଷକ ଅବଦୁଲ କାଲାମକୁ ଗିରଫ କରି କେସ ନଂ ୨୮୧/୨୧ ଦଫା ୩୪୧, ୩୫୪, ୩୫୪(କ), ୮ ପୋସକୋ ଆକ୍ଟରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲଣ କରିଥିବା ଜଣାଯାଇଛି ।

ଏଥିସହିତ ପଢ଼ନ୍ତୁ: ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ: କାଲିଠୁ ବଢ଼ିବ ବର୍ଷା

 

 

Leave a Reply