ଭାରସାମ୍ୟ ହରାଇ ନଦୀକୁ ଖସିଲା ଲଞ୍ଚ, କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନୂଆ ବର୍ଷରେ ଅଘଟଣ । ଭାରସାମ୍ୟ ହରାଇ ନଦୀକୁ ଖସିଲା ଲଞ୍ଚ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆରଡି ସ୍ଥିତ ଆଖଣ୍ଡଳମଣିପୀଠ ସାଳନ୍ଦୀନଦୀ ତିନିତର ଘାଟରେ । ଇଂରାଜୀ ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠକୁ ଉଭୟେ ଜଳପଥ ଓ ସ୍ଥଳପଥ ଦେଇ ହଜାର ହଜାର ଭକ୍ତ ଆସିଥିଲେ । ହେଲେ ଜଳପଥରେ ଆବଶ୍ଯକତା ଅନୁଯାୟୀ ମଟରବୋଟ ନଥିବାରୁ ଗୋଟିଏ ବୋଟରେ ଅଧିକ ସଂଖ୍ଯକ ଯାତ୍ରୀଙ୍କ ସହ ୨ ଚକିଆ ଯାନ ପାର କରୁଥିଲେ ଘାଟିଆ । ମଟରବୋଟରେ ୩୫ରୁ ୪୦ ଜଣ ଯାତ୍ରୀଙ୍କ ସହ ୧୪ଟି ୨ ଚକିଆ ଯାନ ପାରି ହେଉଥିଲା । ମଟରବୋଟ ଚାଳକର ଖାମଖିଆଲି ଚାଳନା ଯୋଗୁ ମେଗା ପ୍ରକଳ୍ପ ବ୍ରିଜର ତିନି ନଂ ଖୁଣ୍ଟିକୁ ଧକ୍କା ଦେଇଥିଲା ବୋଟ  । ଫଳରେ ନଦୀକୁ ଖସିପଡିଥିଲେ ଯାତ୍ରୀ । ଗୁରୁତର ଭାବେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯାତ୍ରୀ । ଅସୁସ୍ଥ ଯାତ୍ରୀଙ୍କ ନାଁ ଉମାକାନ୍ତ ପତ୍ରୀ ।