ଦେଶର ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ
1 min read
ଭୁବନେଶ୍ୱର: ଦେଶର ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଓଡ଼ିଆ ଝିଅ । ଦିଲ୍ଲୀର ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ନେଷ୍ଟ ଟପ୍ ମଡେଲ୍ ସିଜିନ୍-୩ର ଟାଇଟଲ୍ ଜିତିଛନ୍ତି ଓଡ଼ିଆ ଝିଅ ଦିଗଦର୍ଶୀ ମିଶ୍ର । ନେଷ୍ଟ ଟପ୍ ମଡେଲ୍ ସିଜିନ୍-୩ରେ ସାରା ଦେଶରୁ ୩୫ ଜଣ ପ୍ରତିଯୋଗୀ ଥିଲେ । ଏଥିରେ ସମସ୍ତଙ୍କୁ ପଛରେ ପକାଇ ଭଦ୍ରକର ଝିଅ ଟାଇଟଲ୍ ହାସଲ କରିଛନ୍ତି ।
ଦୁଇ ଦିନ ଧରି ନୂଆଦିଲ୍ଲୀରେ ପିଜି-୩ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ସଫଳତା ପାଇଁ ପଛରେ ବାପା, ମାଆ, ଭାଇମାନଙ୍କ ପ୍ରେରଣା ଥିବା ଦିଗଦର୍ଶୀ କହିଛନ୍ତି । ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ସଫଳତା ହାସଲ ପାଇଁ ଲକ୍ଷ୍ୟ ରଖିଥିବା ଦିଗଦର୍ଶୀ ପାଠପଢ଼ାରେ ମଧ୍ୟ ରୂଚି ରଖିଛନ୍ତି ।