ନନ୍ଦିଘୋଷ ବ୍ୟୁରୋ: ପୋଖରୀରେ ବୁଡି ୭ବର୍ଷ ନାବାଳକର ମୃତ୍ଯୁ। ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୋଖରୀରେ ବୁଡି ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ସେବାୟତ ସକ୍ରାଜିତ ପାଢୀଙ୍କ ପୁଅ ଓମପ୍ରକାଶ ପାଢୀ।ପାଣିରେ ଖେଳୁଥିବା ସମୟରେ ବୁଡି ଯାଇଥିଲେ ଓମପ୍ରକାଶ। ବହୁ ଖୋଜା ଖୋଜି କରିବା ପରେ ପରିବାର ଲୋକେ ପାଣି ଭିତରୁ ଓମପ୍ରକାଶକୁ ଉଦ୍ଧାର କରି ପ୍ରଥମେ ଆରଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲୋ। ଓମପ୍ରକାଶ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

